ହସ୍ପିଟାଲରେ ପାଟିତୁଣ୍ଡ କଲେ ପଡ଼ିବ ଭାରୀ! ଏମିତି ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ ଡାକ୍ତର

ଅସୁସ୍ଥ ହେଲେ ପ୍ରଥମେ ଡାକ୍ତରଙ୍କ କଥା ମନକୁ ଆସେ। ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାର ଦେଖି ଆମେ ଡାକ୍ତରଙ୍କ ପାଖକୁ ଯାଉ ଏବଂ ଉତ୍ତମ ଚିକିତ୍ସା ସେବା ଆଶା ରଖିଥାଉ। କିନ୍ତୁ ସେଠାରେ ଜିନିଷଗୁଡ଼ିକ ଆମ ଇଚ୍ଛା ମୁତାବକ ହୁଏନାହିଁ।

ଅସୁସ୍ଥ ହେଲେ ପ୍ରଥମେ ଡାକ୍ତରଙ୍କ କଥା ମନକୁ ଆସେ। ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାର ଦେଖି ଆମେ ଡାକ୍ତରଙ୍କ ପାଖକୁ ଯାଉ ଏବଂ ଉତ୍ତମ ଚିକିତ୍ସା ସେବା ଆଶା ରଖିଥାଉ। କିନ୍ତୁ ସେଠାରେ ଜିନିଷଗୁଡ଼ିକ ଆମ ଇଚ୍ଛା ମୁତାବକ ହୁଏନାହିଁ। ତେଣୁ ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ କ୍ରୋଧିତ ହୋଇ ଯାଆନ୍ତି। ବେଳେବେଳେ ମାମଲା ଏତେ ବଢ଼ିଯାଏ ଯେ ସେମାନେ ଗାଳିମନ୍ଦ ସହ ଡାକ୍ତରଙ୍କ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛାନ୍ତି ନାହିଁ।

ଏପରି ଘଟଣା କ୍ରମାଗତ ଭାବେ ବଢ଼ୁଥିବାର ଦେଖି ଜାତୀୟ ମେଡିକାଲ କମିଶନ (NMC) ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆୟୋଗ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଏବେଠାରୁ ରେଜିଷ୍ଟର୍ଡ ମେଡିକାଲ୍‌ ପ୍ରାକ୍ଟିସନର୍ସ (RMP) କିଛି ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ। ଯେଉଁ ରୋଗୀ କି ସମ୍ପର୍କୀୟ ଡାକ୍ତରଙ୍କୁ ଗାଳିଗୁଲଜ କରିବେ, ମାଡ଼ ମାରିବେ କିମ୍ବା ହିଂସା ଆଚରଣ କରିବେ, ସେଭଳି ରୋଗୀ କୌଣସି ପ୍ରକାର ଚିକିତ୍ସା ସେବା ପାଇପାରିବେ ନାହିଁ।

ଆୟୋଗ କହିଛି ଯେ ଏମିତି ମାମଲାଗୁଡ଼ିକୁ ନେଇ ଅଭିଯୋଗ ମଧ୍ୟ କରାଯାଇପାରିବ। ଏହାସହିତ ଡାକ୍ତର ଏବଂ ସେମାନଙ୍କ ପରିବାର କୌଣସି ବି ଫର୍ମାସ୍ୟୁଟିକାଲ୍‌ କମ୍ପାନୀଠାରୁ କିଛି ଉପହାର କି ଯାତ୍ରା ସୁବିଧା ଗ୍ରହଣ କରିବେ ନାହିଁ। RMPକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ରୋଗୀମାନଙ୍କ ଅଭଦ୍ର ଆଚରଣ ବିରୋଧରେ ଡାକ୍ତରମାନେ ଜାତୀୟ ମେଡିକାଲ କମିଶନଠାରେ ଅଭିଯୋଗ କରିପାରିବେ, ଯାହାଫଳରେ ସମ୍ପୃକ୍ତ ରୋଗୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ।

କହି ରଖୁଛୁ, ଏହି ନିୟମ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ (MCI)ର ମେଡିକାଲ୍ ଏଥିକ୍ସ କୋଡ୍ ୨୦୦୨ର ଜାଗା ନେବ। ଏହା ପ୍ରଥମ ଥର ହେବ, ଯେତେବେଳେ ଡାକ୍ତରମାନେ ଏପରି ରୋଗୀଙ୍କ ଚିକିତ୍ସା କରିବାକୁ ମନା କରିବାର ଅଧିକାର ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.