ସୋରଡା: ସାପ କାମୁଡାରେ ୯ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ଗଞ୍ଜାମ ଜିଲ୍ଲା ସୋରଡା ଥାନା ଲକ୍ଷ୍ମୀପୁର ଗ୍ରାମରେ ସାପ କାମୁଡାରେ ୯ ବର୍ଷ ବାଳିକାର ମୃତ୍ୟୁ ହୋଇଛି । ମୃତ ବାଳିକା ଜଣଙ୍କ ହେଲେ ଆଦ୍ୟାସା ନାୟକ ।

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଲକ୍ଷ୍ମୀପୁର ଗ୍ରାମରେ ସାପ କାମୁଡାରେ ୯ ବର୍ଷ ବାଳିକାର ମୃତ୍ୟୁ ହୋଇଛି । ମୃତ ବାଳିକା ଜଣଙ୍କ ହେଲେ ଆଦ୍ୟାସା ନାୟକ ।

ସୂଚନା ମୁତାବକ ଆଦ୍ୟାଶା ଶୋଇଥିବା ବେଳେ ଭୋର ୩ଟା ସମୟରେ ପେଟକୁ ଧରି ଚିତ୍କାର କରିଥିଲେ । ଏହି ସମୟରେ ବାପା ଧୋବା ନାୟକ ଝିଅ ଶୋଇଥିବା ଖଟ ଉପରେ ଏକ ସାପକୁ ଦେଖିଥିଲେ । ସଙ୍ଗେ ସଙ୍ଗେ ଝିଅକୁ ଧରି ଘରଲୋକ ସୋରଡା ମେଡିକାଲକୁ ଆଣିଥିଲେ କିନ୍ତୁ ସେତେବେଳକୁ ଆଦ୍ୟାଶାଙ୍କ ମୃତ୍ୟୁ ହୋଇସାରିଥିଲା । ସୋରଡା ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି । ଝିଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମା।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.