Below header

ବାହାନଗା ଟ୍ରେନ ଟ୍ରାଜେଡି: ଦେବଦୂତ ସାଜିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ବାହାନଗା ଟ୍ରେନ ଟ୍ରାଜେଡି ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ସମୟରେ ବାହାନଗାବାସୀ ଓ ଉଦ୍ଧାରକାରୀ ଦଳ ଯେଉଁଭଳି ସେବା କରିଥିଲେ ତାହା ପ୍ରଶଂସନୀୟ । ଏଥିପାଇଁ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ, ସ୍ବତନ୍ତ୍ର ଉଦ୍ଧାରକାରୀ , ଜିଲ୍ଲା ପୋଲିସ NDRF, ଆମ୍ବୁଲାନ୍ସ କର୍ମଚାରି ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସମାଜରେ ସେବା ଓ ବଳିଦାନକୁ ହୃଦବୋଧ କରିବାର ଦିନ । ସେବା ଓ ପରୋପକାର ସବୁଠୁ ବେଶୀ ଆତ୍ମସନ୍ତୋଷ ଦେଇଥାଏ ।

ବାହାନଗା ଟ୍ରେନ ଟ୍ରାଜେଡି ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ସମୟରେ ବାହାନଗାବାସୀ ଓ ଉଦ୍ଧାରକାରୀ ଦଳ ଯେଉଁଭଳି ସେବା କରିଥିଲେ ତାହା ପ୍ରଶଂସନୀୟ । ଏଥିପାଇଁ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଦୁର୍ଘଟଣା ସମୟରେ ସ୍ମୃତିଚାରଣ କରିଥିଲେ ବାଲେଶ୍ବର ଜିଲ୍ଲାପାଳ । ସ୍ଥାନୀୟ ଲୋକଙ୍କର ନିସ୍ବାର୍ଥପର ସେବା ଓ ପ୍ରଶାସନକୁ ସେ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.