ଖାଲି ପାକିସ୍ତାନ ନୁହେଁ ବରଂ ସବୁ ଦେଶ ମିଶିକରି ଭାରତ ଉପରେ ଆକ୍ରମଣ କଲେ ବି ସଫଳ ହେବେ ନାହିଁ : ଅମିତ ଶାହ

କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଗୁଜୁରାଟରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ‘ଖାଲି ପାକିସ୍ତାନ ନୁହେଁ ବରଂ ସବୁ ଦେଶ ମିଶି ଭାରତ ଉପରେ ଆକ୍ରମଣ କଲେ ବି ସଫଳ ହେବେ ନାହିଁ ।

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଗୁଜୁରାଟରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ‘ଖାଲି ପାକିସ୍ତାନ ନୁହେଁ ବରଂ ସବୁ ଦେଶ ମିଶି ଭାରତ ଉପରେ ଆକ୍ରମଣ କଲେ ବି ସଫଳ ହେବେ ନାହିଁ । ଦେଶକୁ ଏପରି ସୁକ୍ଷା ଦେବାର ଦାୟିତ୍ୱ କେବଳ ଯୁବଶକ୍ତିଙ୍କ ଉପରେ ।’ ପାକିସ୍ତାନର ନାମ ନେଇ ଶ୍ରୀ ଶାହ ଚେତାବନୀ ଦେଇଥିଲେ ।

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ନିଜର ସଂସଦ କ୍ଷେତ୍ର ଗାନ୍ଧୀନଗରରେ ବିଭିନ୍ନ ବିକାଶ କାର୍ଯ୍ୟର ଶିଳାନ୍ନ୍ୟାସ କରିଥିଲେ । ଏହି ଅବସରରେ ଶ୍ରୀ ଶାହ ସବୁ ଘରେ ତ୍ରିରଙ୍ଗା ଲଗାଇବାକୁ ନିବେଦନ କରିଥିଲେ । ୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନାମ ପୁରା ଦୁନିଆରେ ପରିଚିତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ଭାରତକୁ ୧୧ ସ୍ଥାନରୁ ୫ମ ସ୍ଥାନକୁ ନେଇ ଆସିପାରିଛନ୍ତି ।

ଶ୍ରୀ ଶାହ, ଗୁଜୁରାଟର ସବୁ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ନିବେଦନ କରିଥିଲେ । ଶ୍ରୀ ଶାହ କହିଥିଲେ, ଗୁଜରାଟରେ ୬ କୋଟି ଜନସଂଖ୍ୟା ଓ ପ୍ରାୟ ୧ କୋଟି ଘର । ଯଦି ସବୁ ଘରେ ତ୍ରିରଙ୍ଗା ଉଡିବ,ତେବେ ପୁରା ଦେଶ ରଂଗମୟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.