ସାଉଥ୍‌ ସୁପରଷ୍ଟାର ୟଶ୍‌ଙ୍କ ଅପକମିଂ ଫିଲ୍ମ ‘KGF 3’କୁ ନେଇ ଚର୍ଚ୍ଚା

ସାଉଥ୍‌ ସୁପରଷ୍ଟାର ୟଶଙ୍କ ଆକ୍ସନ୍‌ ଫିଲ୍ମ ‘ସାଲାର୍‌ ୨’ର ଟିଜର୍‌ ଦେଖିବା ପରେ ଫ୍ୟାନ୍ସ ଫିଲ୍ମର ରିଲିଜ୍‌ ପାଇଁ ଅପେକ୍ଷା କରିଛନ୍ତି । ତେବେ ୟଶଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ‘ସାଲାର୍‌ ୨’ ରିଲିଜ୍‌ ହେବା ପୂର୍ବରୁ ‘KGF 3’ର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

ସାଉଥ୍‌ ସୁପରଷ୍ଟାର ୟଶଙ୍କ ଆକ୍ସନ୍‌ ଫିଲ୍ମ ‘ସାଲାର୍‌ ୨’ର ଟିଜର୍‌ ଦେଖିବା ପରେ ଫ୍ୟାନ୍ସ ଫିଲ୍ମର ରିଲିଜ୍‌ ପାଇଁ ଅପେକ୍ଷା କରିଛନ୍ତି । ତେବେ ୟଶଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ‘ସାଲାର୍‌ ୨’ ରିଲିଜ୍‌ ହେବା ପୂର୍ବରୁ ‘KGF 3’ର ସୁଟିଂ ଆରମ୍ଭ ହେବାକୁ ଯାଉଛି ।
‘ସାଲାର୍‌’ ସବୁଠାରୁ ବଡ ଆକ୍ସନ ଫିଲ୍ମ, ଯାହାକୁ ନିର୍ଦ୍ଦେଶନା କରିଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ । ପ୍ରଶାନ୍ତ ନୀଲ ‘ସାଲାର୍‌ ’, ‘ସାଲାର୍‌ ୨’  ‘KGF’, ‘KGF 2’ ଭଳି ଆକ୍ସନ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।  ଏବେ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସାଲାର୍‌ ୨’ ଓ ‘KGF 3’କୁ ଫ୍ୟାନ୍ସ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ।
ୟଶଙ୍କ ‘ସାଲାର୍‌’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏଥିମଧ୍ୟରେ ‘KGF 3’ ଏକ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବା ପାଇଁ ଯାଉଛି ।
ସୂଚନା ଅନୁସାରେ, ପ୍ରଶାନ୍ତ ନୀଲ ‘ସାଲାର୍‌ ୨’ର ସୁଟିଂ କରିବା ପୂର୍ବରୁ ‘KGF 3’ ପାଇଁ କାମ ଆରମ୍ଭ କରିବେ । ନିର୍ଦ୍ଦେଶକ ଖୁବ୍‌ ଶୀଘ୍ର ‘KGF 3’କୁ ସମୟ ଦେଇ ଏହାକୁ ଫ୍ଲୋରକୁ ଆଣିବା ପାଇଁ ଚାହୁଁଛନ୍ତି। ଏହି ନିର୍ଦ୍ଦେଶକ ଗୋଟିଏ ପରେ ଗୋଟିଏ ଆକ୍ସନରେ ଭରପୁର ଫିଲ୍ମ ଦର୍ଶକମାନଙ୍କ ସାମ୍ନାକୁ ଆଣିଛନ୍ତି । ତେବେ ଫ୍ୟାନ୍ସ ପ୍ରଶାନ୍ତି ନୀଲଙ୍କ ନୂତନ ଆକ୍ସନ୍‌ ଫିଲ୍ମ ଦେଖିବା ଲାଗି ଉତ୍ସାହିତ ଅଛନ୍ତି ।
ସାଉଥ୍‌ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ୟଶଙ୍କ ଫିଲ୍ମ ସବୁ ସମୟରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଥାଏ । ୟଶ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କ ମନୋରଂଜନ କରିବା ସହ ଅନେକ ଲୋକଙ୍କ ମନ ମଧ୍ୟ ଜିତିଥାଆନ୍ତି । ତେବେ ତାଙ୍କ ଅପକମିଂ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.