Below header

ସୀମାଙ୍କୁ ଫିଲ୍ମ ଅଫର ଦେଇ ଫସିଲେ ନିର୍ମାତା, ମହାରାଷ୍ଟ୍ର ନବ ନିର୍ମାଣ ସେନା ଦେଲା ଚେତାବନୀ

ସୀମା-ସଚ୍ଚୀନଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବା ନେଇ ଘୋଷଣା ହେବା ପରେ ଏହାକୁ ନେଇ ତାତିଛନ୍ତି ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ।

ମୁମ୍ବଇ : ରିୟଲ ଲାଇଫରେ ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ଭାରତର ସଚ୍ଚୀନଙ୍କୁ ନେଇ ସୃଷ୍ଟି ହୋଇଥିବା ପ୍ରେମ କା ହାଣୀ ଏବେ ରିଲ ହେବାକୁ ଯାଉଛି । ସୀମା-ସଚ୍ଚୀନଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବା ନେଇ ଘୋଷଣା ହେବା ପରେ ଏହାକୁ ନେଇ ତାତିଛନ୍ତି ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ।

ଫିଲ୍ମ ନିର୍ମାଣ ନେଇ ଘୋଷଣା କରିଥିବା ଅମିତ ଜାନୀଙ୍କୁ ଚେତାବନି ଦେଇଛି ଏମଏନଏସ । କହିଛି ଏପରି ନାଟକ ବନ୍ଦ କର ନହେଲେ ଏମଏନଏସ ର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ । ଦୁଇ ଜଣଙ୍କ ଲଭ ଷ୍ଟୋରୀ ଉପରେ ‘କରାଚୀ ଟୁ ନୋଏଡା’ ନାମକ ଏକ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିଲେ ଜାନୀ । ଏହାର ସୁଟିଂ ମଧ୍ୟ ଆରମ୍ଭ କରିଥିଲେ ଜାନୀ ।

ତେବେ ଏମଏନଏସ ପକ୍ଷରୁ ଅମୟ ଖୋପକର ଟ୍ଵିଟ କରି କହିଛନ୍ତି, ‘ଆମେ ଆମ କଥା ଉପରେ କାଏମ ରହିଛୁ । କୌଣକସି ବି ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଫିଲ୍ମ ଉଦ୍ୟୋଗରେ କାମ କରିବାକୁ ଦିଆଯିବନି । ସୀମା ହାଇଦର ଏବେ ଭାରତରେ,ହେଲେ ସେ ଜଣେ ଆଇଏସଆଇ ଏଜେଣ୍ଟ ବୋଲି ଶୁଣାଯାଇଛି ।

ଆମ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଲୋକ ପବ୍ଲିସିଟି ପାଇବା ପାଇଁ ସୀମା-ହାଇଦରଙ୍କୁ କଳାକାର ବନାଇବା ପାଇଁ ଚେଷ୍ଟା କରୁଛନ୍ତି । ଏପରି ଦେଶଦ୍ରୋହୀ ନିର୍ମାତାଙ୍କୁ ଲାଜ ମାଡିବ କଥା । ତେଣୁ ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ନିର୍ମାତାଙ୍କୁ ଚେତାବନୀ ଦିଆଯାଉଛି । ନହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ଏମଏନଏସ ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.