Below header

ଅଗଷ୍ଟ ୧୩ରେ ପାଳନ ହୁଏ ‘ବିଶ୍ୱ ବାମହାତୀ ଦିବସ’, କଣ ପାଇଁ ଏଭଳି ଦିନଟିଏ ସୃଷ୍ଟି ହୋଇଛି ଜାଣନ୍ତୁ

ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଅଗଷ୍ଟ ୧୩ ତାରିଖକୁ ବାମହାତୀ ଦିବସ ଭାବେ ପାଳନ କରାଉଛି । ୧୯୭୬ ମସିହାରୁ ବାମହାତୀ ଦିବସ ପାଳନ ହୋଇ ଆସୁଛି ।

ଆଜି ହେଉଛି ବିଶ୍ୱ ବାମହାତୀ ଦିବସ । ଅର୍ଥାତ ବାମ ହାତରେ ଅଧିକାଂଶ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟିଏ । କାରଣ ପୃଥିବୀରେ ସମସ୍ତେ ନିଜ ଡାହାଣ ହାତ ହିଁ ବ୍ୟବହାର କରନ୍ତି । ତେଣୁ କେହି ବାମହାତୀଙ୍କୁ ଦେଖିଲେ ଟିଗେ ଅସ୍ୱାଭାବିକ ଲାଗେ । ତେବେ ପ୍ରଶ୍ନ ଉଠି ପାରେ କି ଏଭଳି ଗୋଟିଏ ଦିନ କାହିଁକି ପାଳନ କରାଯାଉଛି । କଥା କଣ କି, ଅତୀତରୁ ଏକ ବିଶ୍ୱାସ ରହିଛି କି ବାମ ହାତ ଶୁଭ ନୁହେଁ । ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଅଗଷ୍ଟ ୧୩ ତାରିଖକୁ ବାମହାତୀ ଦିବସ ଭାବେ ପାଳନ କରାଉଛି । ୧୯୭୬ ମସିହାରୁ ବାମହାତୀ ଦିବସ ପାଳନ ହୋଇ ଆସୁଛି ।

ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ବିଶ୍ୱର ସମୁଦାୟ ଜନସଂଖ୍ୟାରୁ ୧୦ ପ୍ରତିଶତ ହେଉଛନ୍ତି ବାମହାତୀ । ତେବେ ବୈଜ୍ଞାନିକଙ୍କ ଗବେଷଣା କହୁଛି କି ଏହା କୌଣସି ଅସ୍ୱାଭାବିକ କଥା ନୁହେଁ । ସେମାନଙ୍କୁ ନେଇ କିଛି ଭ୍ରାନ୍ତ ଧାରଣା ରହିଛି । ଏହାକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଯେଉଁ ସାର୍ଭ କରିଥିଲେ ସେଥିରୁ କିଛି ମଜାଦାର କଥା ସ୍ପଷ୍ଟ ହେଲା । ଯେମିତି କି ବାମହାତୀମାନଙ୍କ ଠାରେ କିଛି ବିଶେଷ ଗୁଣ ରହିଥାଏ । କଳାକ୍ଷେତ୍ରରେ ସେମାନେ ସଫଳ ହୁଅନ୍ତି । ସୃଜନଶୀଳତାରେ ବିଶ୍ୱାସ ରଖନ୍ତି ଏବଂ ଯେକୌଣସି ଘଟଣାର ମୂଳ ପର୍ଯ୍ୟନ୍ତ ଯାଆନ୍ତି । ସେମାନେ ପାଠରେ ଭଲ କରନ୍ତି ଏବଂ ସେମାନଙ୍କ ଅକ୍ଷର ସୁନ୍ଦର ହୋଇଥାଏ । ବାମହତୀମାନେ ଅତ୍ୟନ୍ତ ଲଢୁଆ ମନୋବୃତ୍ତିର ହୋଇଥାନ୍ତି ।

ଆମ ଆଗରେ ଏମିତି କିଛି ମହାନ୍‌ ବ୍ୟକ୍ତି ଅଛନ୍ତି ଯେଉଁମାନେ ବାମହାତୀ ଓ ଖୁବ୍‌ ସଫଳ ମଧ୍ୟ । ସେମାନଙ୍କ ମଧ୍ୟରେ ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ, କପିଲ ଶର୍ମା, କ୍ରିକେଟ୍‌ ଭଗବାନ ସଚିନ ତେନ୍ଦୁଲକର, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍‌ କ୍ଲିଣ୍ଟନ୍‌ ଓ ଜର୍ଜ ବୁଶ୍‌, ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁଜ୍‌ ଓ ଜୁଲିୟା ରବର୍ଟ ଏମାନେ ସମସ୍ତେ ବାମହାତୀ । ବିଶ୍ୱ ଇତିହାସରେ ମଧ୍ୟ ବାମହାତୀଙ୍କ ଦବ୍‌ଦବା ରହିଛି । ଆଲେକଜାଣ୍ଡାର ଦ ଗ୍ରେଟ୍‌, ନେପୋଲିୟନ ବୋନାପାର୍ଟ, ଲିଓନାର୍ଡୋ ଦା ଭିନଚି, ପାବଲୋ ପିକାସୋ, ଆଇଜାକ ନିଉଟନ୍‌, ଆଲବର୍ଟ ଆଇନଷ୍ଟାଇନ୍‌ ପ୍ରମୁଖ ବାମହାତୀ ଥିଲେ ।

ତେବେ ସେମାନଙ୍କୁ ନେଇ ଯେଉଁ ଭ୍ରାନ୍ତ ଧାରଣା ରହିଛି ସେ ସବୁ ଭୁଲ ବୋଲି ପ୍ରମାଣିତ ହୋଇଛି । ଯେମିତିକୁ ବାମହାତୀ ବ୍ୟକ୍ତିମାନେ ଅଶୁଭ, ସେମାନେ ବେଶି ଦିନ ବଞ୍ଚନ୍ତି ନାହିଁ, ସେମାନେ ପାଠପଢ଼ାରେ ପଛୁଆ ବୋଲି କିଛି ଲୋକଙ୍କର ଧାରଣା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.