ଦେଶ ବିଦେଶ

ପର୍ବତ ଉପରେ ମାଲିକର ମୃତଦେହକୁ ଜଗି ବସିଥିଲା ବିଶ୍ୱସ୍ତ କୁକୁର ‘ଫିନି’, ୧୦ ସପ୍ତାହ ପରେ ଜୀବିତ ଉଦ୍ଧାର

ମଣିଷ ଓ କୁକୁରର ସମ୍ପର୍କ କାହାକୁ ବା ନ ଜଣା। କୁହାଯାଏ, କୁକୁର ହିଁ ମଣିଷର ଅତି ବିଶ୍ୱସନୀୟ ବନ୍ଧୁ ହୋଇଥାଏ। ଆଜି କି କାଲି ନୁହେଁ, ଦଶନ୍ଧି ଧରି ଏହି ନିରୀହ ପ୍ରାଣୀ ମଣିଷ ପ୍ରତି ନିଜର ପ୍ରତିବଦ୍ଧତା ଦେଖାଇ ଆସିଛି। ନିକଟରେ କଲୋରାଡୋରେ ଘଟିଥିବା ଏକ ଘଟଣା ଆପଣଙ୍କ ଆଖିରେ ଲୁହ ଭରିଦେବ ନିଶ୍ଚୟ। ଏଠାରେ କଲୋରାଡୋ ପର୍ବତ ଶୃଙ୍ଗରେ ‘ଫିନି’ ନାମକ କୁକୁର ନିଜ ମାଲିକର ମୃତଦେହ ପାଖରୁ ଜୀବିତ ଉଦ୍ଧାର ହୋଇଛି।

ଉଦ୍ଧାରକାରୀ ଟିମ୍‌ର କହିବା ଅନୁସାରେ, କୁକୁର ଓ ଏହାର ମାଲିକ ପ୍ରାୟ ୧୦ ସପ୍ତାହ ତଳେ ନିଖୋଜ ହୋଇଯାଇଥିଲେ। ୭୧ ବର୍ଷୀୟ ରିଚ୍‌ ମୁର୍‌ ନିଜର ଜ୍ୟାକ୍‌ ରସେଲ୍‌ ଟେରିୟର୍‌ ‘ଫିନି’ ସହିତ ବ୍ଲାକ୍‌ହେଡ୍‌ ଶିଖରକୁ ଅଗଷ୍ଟ ୧୯ରେ ଯାତ୍ରା ଆରମ୍ଭ କରିଥିଲେ। ହେଲେ କୌଣସି ମତେ ଦୁଇଜଣ ଆଉ ଘରକୁ ଫେରିପାରି ନ ଥିଲେ। ଅକ୍ଟୋବର ୩୦ରେ ଉଦ୍ଧାରୀକାରୀ ଟିମ୍‌କୁ ମୁର୍‌ଙ୍କ ମୃତଦେହ ମିଳିଥିଲା। ଆଉ ମୃତଦେହ ପାଖରେ ଜଗି ବସିଥିଲା ତାଙ୍କ ବିଶ୍ୱସ୍ତ କୁକୁର ‘ଫିନି’। ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

‘ତାଓସ୍‌ ସର୍ଚ୍ଚ ଆଣ୍ଡ ରେସ୍‌କ୍ୟୁ’ର ଡେଲିଣ୍ଡା ଭାନେବ୍ରାଇଟିନ୍‌ କହିଛନ୍ତି ଯେ ସେମାନେ ପର୍ବତ ଶୃଙ୍ଗର ପଶ୍ଚିମ ପାର୍ଶ୍ୱରେ ଯେଉଁଠି ମୁର୍‌ କାର୍‌ ପାର୍କିଂ କରିଥିଲେ, ସେହି ସ୍ଥାନରେ ମଧ୍ୟ ଖୋଜାଖୋଜି କରିଥିଲେ। କିଛି ସପ୍ତାହ ପରେ ଯେତେବେଳେ ସେନ୍‌ ଜୁଆନ ପର୍ବତରେ ଜଣେ ଶିକାରୀ ସେହି ବାଟ ଦେଇ ଯାଉଥିଲେ, ତାଙ୍କ ନଜର ମୁର୍‌ଙ୍କ ମୃତଦେହ ଉପରେ ପଡ଼ିଥିଲା। ଏତିକି ବେଳେ ସେ ଦେଖିବାକୁ ପାଇଥିଲେ ଯେ ମୃତ ମାଲିକ ପାଖରେ ଜଗି ବସିଛି ତାଙ୍କ ବିଶ୍ୱସ୍ତ କୁକୁର।

ଭାନେବ୍ରାଇଟିନ୍‌ କହିଛନ୍ତି, ଫିନି ମୂଷା ଭଳି ଛୋଟ ଜୀବମାନଙ୍କୁ ଶିକାର କରୁଥିଲା ଏବଂ ପାହାଡ଼ି ବାଘ, ଶିଆଳ ଓ ଭାଲୁ ଭଳି ହିଂସ୍ରଜନ୍ତୁଙ୍କଠାରୁ ନିଜ ମାଲିକକୁ ସୁରକ୍ଷା ଦେଉଥିଲା। ମାଲିକ ପ୍ରତି ତା’ର ସମର୍ପଣଭାବ ଏବଂ ପ୍ରତିବଦ୍ଧତା ହିଁ ଫିନିକୁ ଜୀବିତ ରଖିଥିଲା। ଫିନି ଏବେ ମୁର୍‌ଙ୍କ ପରିବାରକୁ ଫେରି ଆସିଛି।

ଏହାର ଓଜନ ପାଖାପାଖି ଅଧା କମିଯାଇଛି ଏବଂ ଓଜନ ରହିଛି ୬ ପାଉଣ୍ଡ। ଉଦ୍ଧାରକାରୀ ଟିମ୍‌ ଫିନିକୁ ପଶୁ ଚିକିତ୍ସାଳୟ ନେଇଯାଇଛନ୍ତି। ଏବେ ସେ ମୁର୍‌ଙ୍କ ପରିବାର ସହିତ ଅଛି। ସେପଟେ ଏକ ରିପୋର୍ଟ ମୁତାବକ, ହାଇପୋଥର୍ମିୟାରେ ମୁର୍‌ଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଲୋକ ଭ୍ରମିତ ହୋଇଯାଆନ୍ତି। ମୁର୍‌ଙ୍କ ଜଣେ ସାଙ୍ଗ କହିଛନ୍ତି ଯେ ମୁର୍‌ ଜଣେ ଅଭିଜ୍ଞ ପଦଯାତ୍ରୀ ଥିଲେ। ଏହାପୂର୍ବରୁ ସେ ନିଜର ଜଣେ ସାଙ୍ଗଙ୍କ ସହିତ ବ୍ଲାକ୍‌ହେଡ୍‌ ଶିଖର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

15 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

33 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

42 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

58 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago