ରାଜ୍ୟ

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ , ୧୮ ତାରିଖରୁ ଏହାର ମଜା ନେଇ ପାରିବେ ପର୍ଯ୍ୟଟକ

ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଲା ନୂଆରୂପ। ଆଜି ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି। ୧୮ ତାରିଖ ଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇ ପାରିବେ। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିଛି।

୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରୋପଓ୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟଉଭିଦ (ବଟାନୀକାଲ ଗାର୍ଡେନ) ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେ କାଞ୍ଜିଆ ହ୍ରଦ ଉପର ଦେଇ ଯାଇଛି। ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦ ସମେତ ରାଜ୍ୟ ଉଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ। ଯାହାର ଦୂରତ୍ବ ରହିଛି ୬୨୬ ମିଟର। ଏଥିରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସି ପାରିବେ।

ଜଣେ ପର୍ଯ୍ୟଟକ ୧୨୦ଟଙ୍କା ଦେଇ ଟିକଟ ସଂଗ୍ରହ କରି ବସି ପାରିବେ ଏହି ରୋପଓ୍ବେରେ । ରୋପଓ୍ବେର ଟିକଟ କାଉଣ୍ଟର ଉଭୟ ଉଦ୍ୟାନର ରୋପଓ୍ବେ ପାଖରେ ଖୋଲାଯାଇଛି। ସକାଳ ୮ଟା ରୁ ଅପରାହ୍ନ ୪ଘଣ୍ଟିକା ପର୍ଯ୍ୟନ୍ତ ଟିକଟ ସଂଗ୍ରହ କରିପାରିବେ। ପ୍ରତି ଘଣ୍ଟାକୁ ୫୦୦ ପର୍ଯ୍ୟଟକ ଏହାର ମଜା ନେଇପାରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରୋପଓ୍ବେରେ ବାରମ୍ବାର ଯାନ୍ତ୍ରିକ ତ୍ରୃଟି ଦେଖାଦେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ୨୦୧୧ ମସିହା ପରଠାରୁ ରୋପଓ୍ବେକୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଥିଲେ। ୨୦୨୧ ଅକ୍ଟୋବର ୮ରେ ପୁନଃଚଳାଚଳ ପାଇଁ ସରକାର କଲିକତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପଓ୍ବେ ଇନଫ୍ରା ଲିମିଟେଡ ସହିତ ଚୁକ୍ତିନାମା କରି ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ରୋପଓ୍ବେର ଶିଳାନ୍ୟାସ କରିଥିଲେ।

Niharanjan

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

12 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

31 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

39 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

55 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago