ଆପଣ ଅନେକ ଜୀବ ଜନ୍ତୁଙ୍କୁ ମଣିଷଙ୍କର ନକଲ କରୁଥିବା ଦେଖିଥିବେ। ଶୁଆ, ଡଲଫିନ୍, କୁକୁର, ବିଲେଇ ଆଦି ପଶୁ-ପକ୍ଷୀ ସବୁ ମଣିଷଙ୍କ ବ୍ୟବହାରକୁ ଅବିକଳ ନକଲ କରିଦିଅନ୍ତି। କିନ୍ତୁ ଏବେ ଏକ କୁକୁରର ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୁକୁରଟି ଜଣେ ବ୍ୟକ୍ତିଙ୍କ ସହିତ ମିଶି ଗୀତ ଗାଉଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ ଭିଡିଓ କେଉଁ ସ୍ଥାନର ଏବଂ କିଏ କରିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କଳା ଜାକେଟ ପିନ୍ଧି ଜଣେ ବ୍ୟକ୍ତି ହାରମୋନିୟମ ବଜାଇ ରାନୁ ମଣ୍ଡଳଙ୍କ ବଲିଉଡ୍ ସଙ୍ଗ ‘ତେରୀ ମେରୀ’ ଗୀତ ଗାଉଛନ୍ତି। ଏହି ସମୟରେ ତାଙ୍କ ପାଖରେ ଏକ ଧୂସର ଏବଂ ଧଳା ରଙ୍ଗର କୁକୁର ସେହି ବ୍ୟକ୍ତିଙ୍କ ଧୂନରେ ତାଳ ଦେଇ ଗୀତ ଗାଉଛି। ମଝିରେ ମଝିରେ ଏହି କୁକୁର ନିଜର ଆଗ ଗୋଡକୁ ମଧ୍ୟ ଟେକି ଦେଉଛି। କୁକୁରକୁ ଦେଖି ଏମିତି ଲାଗୁଛି ଯେ ସେ ଏହି ଗୀତର ପୂରା ମଜା ଉଠାଉଛି।
ଏହି ଭିଡିଓକୁ ସୁବିର ଖାନ୍ ନାମକ ଜଣେ ବ୍ୟକ୍ତି ନିଜର ଫେସବୁକରେ ପୋଷ୍ଟ କରିଛନ୍ତି। ଏହାପରେ ଏହି ଭିଡିଓକୁ ୫୪ ହଜାର ଲୋକ ସେୟାର କରିସାରିଲେଣି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…
ଭୁବନେଶ୍ୱର : କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…
ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…