Below header

ହାରମୋନିୟମର ଧୂନରେ କୁକୁର ଗାଇଲା ରାନୁ ମଣ୍ଡଳଙ୍କ ‘ତେରୀ ମେରୀ’ ଗୀତ, ଦେଖନ୍ତୁ ଭିଡିଓ

ଆପଣ ଅନେକ ଜୀବ ଜନ୍ତୁଙ୍କୁ ମଣିଷଙ୍କର ନକଲ କରୁଥିବା ଦେଖିଥିବେ। ଶୁଆ, ଡଲଫିନ୍‌, କୁକୁର, ବିଲେଇ ଆଦି ପଶୁ-ପକ୍ଷୀ ସବୁ ମଣିଷଙ୍କ ବ୍ୟବହାରକୁ ଅବିକଳ ନକଲ କରିଦିଅନ୍ତି। କିନ୍ତୁ ଏବେ ଏକ କୁକୁରର ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୁକୁରଟି ଜଣେ ବ୍ୟକ୍ତିଙ୍କ ସହିତ ମିଶି ଗୀତ ଗାଉଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ ଭିଡିଓ କେଉଁ ସ୍ଥାନର ଏବଂ କିଏ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କଳା ଜାକେଟ ପିନ୍ଧି ଜଣେ ବ୍ୟକ୍ତି ହାରମୋନିୟମ ବଜାଇ ରାନୁ ମଣ୍ଡଳଙ୍କ ବଲିଉଡ୍‌ ସଙ୍ଗ ‘ତେରୀ ମେରୀ’ ଗୀତ ଗାଉଛନ୍ତି। ଏହି ସମୟରେ ତାଙ୍କ ପାଖରେ ଏକ ଧୂସର ଏବଂ ଧଳା ରଙ୍ଗର କୁକୁର ସେହି ବ୍ୟକ୍ତିଙ୍କ ଧୂନରେ ତାଳ ଦେଇ ଗୀତ ଗାଉଛି। ମଝିରେ ମଝିରେ ଏହି କୁକୁର ନିଜର ଆଗ ଗୋଡକୁ ମଧ୍ୟ ଟେକି ଦେଉଛି। କୁକୁରକୁ ଦେଖି ଏମିତି ଲାଗୁଛି ଯେ ସେ ଏହି ଗୀତର ପୂରା ମଜା ଉଠାଉଛି।

ଏହି ଭିଡିଓକୁ ସୁବିର ଖାନ୍‌ ନାମକ ଜଣେ ବ୍ୟକ୍ତି ନିଜର ଫେସବୁକରେ ପୋଷ୍ଟ କରିଛନ୍ତି। ଏହାପରେ ଏହି ଭିଡିଓକୁ ୫୪ ହଜାର ଲୋକ ସେୟାର କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.