ପୁଣି ଘୁଞ୍ଚିବ ଫାଶୀର ଦିନ ! ଜାଣନ୍ତୁ କଣ ହେଲା ନିର୍ଭୟା ମାମଲାରେ

ନୂଆଦିଲ୍ଲୀ : ଜାନୁଆରୀ ୨୨ରେ ହେବନି । ଘୁଞ୍ଚିବ ନିର୍ଭୟା ଦୋଷୀଙ୍କ ଫାଶୀର ଦିନ । କାରଣ ଅନ୍ୟତମ ଦୋଷୀ ମୁକେଶ ରାଜକ୍ଷମା ପାଇଁ ପ୍ରାର୍ଥନା କରିଛି । ଯେ ପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନଆସିବ ସେ ପର୍ଯ୍ୟନ୍ତ ଫାଶୀ ଦିଆଯାଇ ପାରିବ ନାହିଁ । ଏକଥା କହିଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ଥିବା ଓକିଲ ରାହୁଲ ମେହେରା । ଦିଲ୍ଲୀ ହାଇକୋର୍ଟରେ ଆଜି ମାମଲାର ଶୁଣାଣି ଥିଲା ।

ଅନ୍ୟ ଆଇନ୍‌ଜୀବୀଙ୍କ ଅନୁସାରେ ନିର୍ଭୟା ଦୋଷୀମାନେ ଆମ ଆଇନ୍‌ ବ୍ୟବସ୍ଥାରେ ଥିବା ଗଳାବାଟକୁ ବ୍ୟବହାର କରିଥିବାରୁ ଫାଶୀ ଦିନ ଘୁଞ୍ଚିବ । ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଦୋଷୀମାନଙ୍କୁ ନୋଟିସ୍‌ ଦେବାରେ ବିଳମ୍ବ କରିଥିବାର ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ୍‌ ମନମୋହନ । ରାହୁଲ କହିଛନ୍ତି କି ଆମେ ୨୧ ତାରିଖରେ ଟ୍ରାଏଲ କୋର୍ଟକୁ ଯିବୁ । ସେ ଭିତରେ ଯଦି ରାଜକ୍ଷମା ପାଇଁ ହୋଇଥିବା ଆବେଦନ ରାଷ୍ଟ୍ରପତି ଖାରଜ କରି ଦିଅନ୍ତି ତଥାପି ୨୨ ତାରିଖରେ ଫାଶୀ ଦିଆଯିବ ସମ୍ଭବ ନୁହେଁ । ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଆଉ ୧୪ ଦିନ ଭିତରେ ନୂଆ ଡେଥ୍‌ ଓ୍ଵାରେଣ୍ଟ ବାହାରିବ ।
ଯଦିଓ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ତଥାପି ବର୍ତ୍ତମାନ ସ୍ଥିତିରୁ ଜାନୁଆରୀ ୨୨ ତାରିଖରେ ଫାଶୀ ସମ୍ଭବ ନୁହେଁ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.