ପୁତ୍ରସନ୍ତାନ ପ୍ରାପ୍ତି ନିମନ୍ତେ ଏହି ମନ୍ଦିରରେ ପ୍ରଥମେ କରିବାକୁ ପଡ଼ିଥାଏ ଚୋରି, ପରେ ପୂର୍ଣ୍ଣ ହୁଏ ମନୋସ୍କାମନା

ଭାରତବର୍ଷରେ ଏମିତି ଅନେକ ଶକ୍ତିପୀଠ ରହିଛି ଯେଉଁଠାରେ ଭିନ୍ନ ଭିନ୍ନ କିମ୍ବଦନ୍ତୀ ରହିଛି। ସେହିଭଳି ଏକ ମନ୍ଦିର ହେଉଛି ଉତ୍ତରାଖଣ୍ଡର ଚୁଡ଼ିୟାଲା ଗାଁରେ ଥିବା ସିଦ୍ଧପୀଠ ଚୂଡ଼ାମଣି ଦେବୀଙ୍କ ମନ୍ଦିର। ଏହା ଏକ ଏଭଳି ମନ୍ଦିର ଯାହାର କିମ୍ଭଦନ୍ତୀ ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଏହି ମନ୍ଦିରରେ ଥିବା ପରମ୍ପରା ନୈତିକ ଶିକ୍ଷାକୁ କୁଠାରଘାତ କରୁଥିବା କୁହାଯାଏ। ଏହି ଧାର୍ମିକ ସ୍ଥାନରେ ନିଜ ମନୋସ୍କାମନା ପୂର୍ଣ୍ଣ କରିବାକୁ ଲୋକଙ୍କୁ ଚୋରି କରିବାକୁ ପଡ଼ିଥାଏ। ପିଲାଙ୍କୁ ଛୋଟ ବେଳୁ ଚୋରି କରିବା ଭୁଲ କୁହାଯାଉଥିବା ବେଳେ ଉତ୍ତରାଖଣ୍ଡର ଏହି ମନ୍ଦିରରେ ଦେବୀଙ୍କ ଆଶୀର୍ବାଦ ପାଇଁ ଚୋରି କରିବାକୁ କୁହାଯାଏ।

Related image

ଗ୍ରାମବାସୀଙ୍କ କହିବାନୁସାରେ, ୧୮୦୫ ମସିହାରେ ଲଣ୍ଡୌରା ରାଜବଂଶର ରାଜା ଏହି ମନ୍ଦିର ନିର୍ମାଣ କରିଥିଲେ। କୁହାଯାଏ ଯେ, ରାଜା ଏକଦା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ସେଠାରେ ସେ ମା’ଙ୍କ ପିଣ୍ଡିକୁ ଦର୍ଶନ କରିଥିଲେ। ରାଜାଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ସେ ମା’ଙ୍କ ପାଖରେ ପୁଅ ପାଇଁ ମାନସିକ କରିଥିଲେ। ରାଜାଙ୍କ ମାନସିକ ପୂରଣ ହେବା ପରେ ରାଜା ଏଠାରେ ମନ୍ଦିର ନିର୍ମାଣ କରିଥିଲେ। ସେବେଠାରୁ ମନୋସ୍କାମନା ପୂର୍ଣ୍ଣ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଧାଇଁ ଆସିଥାନ୍ତି।

Image result for Chudamani Devi in ​​Chudiala village of Uttarakhand

ମାନ୍ୟତା ରହିଛି ଯେ, ପୁତ୍ର ସନ୍ତାନ ଚାହୁଁଥିବା ବ୍ୟକ୍ତି ଏହି ମନ୍ଦିରକୁ ଆସି ମା’ଙ୍କ ପାଦ ତଳେ ଥିବା ଲୋକଡ଼ାକୁ ଚୋରି କରି ଯଦି ନିଜ ସାଙ୍ଗରେ ନେଇଯାଆନ୍ତି ତେବେ ତାଙ୍କ ଘରେ ପୁଅ ଜନ୍ମ ହୁଏ। ସୂଚନାଯୋଗ୍ୟ ଯେ ଲୋକଡ଼ା ହେଉଛି କାଠରେ ତିଆରି ଏକ କଣ୍ଢେଇ। ପୁଅ ଜନ୍ମ ପରେ ପୁଣି ଥରେ ବ୍ୟକ୍ତିଙ୍କୁ ମା’ଙ୍କ ଦର୍ଶନ ଆସିବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.