ବିଗ୍‌ବସ୍‌ରେ ଟପିଲା ସବୁ ହିଂସାର ସୀମା, ଫ୍ରାଏପ୍ୟାନ୍‌ରେ ବିଶାଲଙ୍କୁ ଅତି ଭୟଙ୍କର ଭାବେ ପିଟିଲେ ମଧୁରିମା, ଦେଖନ୍ତୁ ଭିଡିଓ

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ବସ୍‌’ର ବର୍ତ୍ତମାନ ୧୩ତମ ସଂସ୍କରଣ ଚାଲିଛି। ଏହି ସିଜିନ୍‌ ପୂର୍ବ ସମସ୍ତ ସିଜିନ୍‌ର ରେକର୍ଡକୁ ଭାଙ୍ଗିସାରିଥିବା ବେଳେ ଏଥକର ପ୍ରତିଯୋଗୀଙ୍କ ଝଗଡ଼ା ବି ଉଗ୍ରରୂପ ଧାରଣ କରୁଛି। ବିଗ୍‌ବସ୍‌ରେ ପ୍ରତିଦିନ କିଛି ଏମିତି ଘଟଣା ଘଟୁଛି ଯାହା ଦ୍ୱାରା ଘରର ମାହୋଲ ବିଗିଡ଼ିଯାଉଛି। ବର୍ତ୍ତମାନ ପ୍ରତିଯୋଗୀ ମଧୁରିମା ତୁଲୀ ଓ ବିଶାଲ ଆଦିତ୍ୟ ସିଂହଙ୍କ ଏକ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି।

Image result for bigg boss 13 madhurima vishal jhagada about chapal

ଏହି ଭିଡିଓରେ ମଧୁରିମା ଏକ ଫ୍ରାଏପ୍ୟାନ୍‌ରେ ବିଶାଲ ଆଦିତ୍ୟ ସିଂହଙ୍କୁ ଖୁବ୍‌ ହିଂସାତ୍ମକ ଭାବେ ପିଟୁଥିବା ନଜର ଆସିଛି। ଉଭୟେ କଥା ହେବା ବେଳେ ଝଗଡ଼ା ଏତେ ମାତ୍ରାରେ ବଢ଼ିଗଲା ଯେ ମଧୁରିମା ନିଜ ନିୟନ୍ତ୍ରଣ ହରାଇବସିଥିଲେ। ସେ ଅଚାନକ ଆସି ଫ୍ରିଜ୍‌ରୁ ଜିନିଷ ବାହାର କରୁଥିବା ବିଶାଲଙ୍କୁ ଫ୍ରାଏପ୍ୟାନ୍‌ରେ ଜୋର୍‌ରେ ଜୋର୍‌ରେ ପିଟିବାକୁ ଲାଗିଥିଲେ।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖିବାକୁ ମିଳିଛି ଯେ ବିଶାଲଙ୍କୁ ମଧୁରିମା ‘ବେହେନ୍‌ଜୀ’ କହିଥିଲେ। ପରେ ବିଶାଲ ମଧ୍ୟ ମଧୁରିମାଙ୍କ ଉପରକୁ ଅଟା ଓ ପାଣି ଫିଙ୍ଗିଥିବା ଦେଖିବାକୁ ମିଳିଛି। ଏହା ମଧୁରିମାଙ୍କୁ ପସନ୍ଦ ନ ଆସିବାରୁ ସେ ଖୁବ୍‌ ରାଗିଯାଇ ବିଶାଲଙ୍କୁ ପିଟିବାକୁ ଲାଗିଥିଲେ। ଏହି ଭିଡିଓକୁ ମଧୁରିମା ଫ୍ୟାନ୍‌ କ୍ଲବ୍‌ ତରଫରୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି। ତେବେ ବର୍ତ୍ତମାନ ଏହି ଘଟଣା ଉପରେ ବିଗ୍‌ବସ୍‌ ଓ ସଲମାନ୍‌ ଖାନ୍‌ କି ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.