ଦେଶ ବିଦେଶ

ଅତି ଦୁର୍ବଳ ସ୍ୱରରେ ସୁଡ଼ଙ୍ଗ ଭିତରୁ କହୁଛନ୍ତି ଜଣେ ଶ୍ରମିକ, ମୁଁ ଏଠି ଫସିଛି ମୋ ମାଆକୁ କେହି କହିବନାହିଁ

ମାଆକୁ କହିବୁ ନାହିଁ, ସେ ଚିନ୍ତା କରିବ… ହଁ ଭାଇ, ମୁଁ ସୁଡ଼ଙ୍ଗରେ ଫସି ଯାଇଥିବା କଥା ମାଆକୁ ଆଦୌ ବି କହିବୁ ନାହିଁ ବୋଲି ସୁଡ଼ଙ୍ଗ ମଧ୍ୟରୁ ଭାଇ ବିକ୍ରମ ସିଂହ ସହିତ କଥାବାର୍ତ୍ତା କରିବା ବେଳେ ପୁଷ୍କର ନାମକ ଜଣେ ଶ୍ରମଜୀବୀ କହିଛନ୍ତି । ବହୁତ ଦୁର୍ବଳ ସ୍ୱରରେ ପୁଷ୍କର ନିଜ ଭାଇକୁ ଏହି କଥା କହିଛନ୍ତି । ପୁସ୍କର ସେହି ଚାଳିଶ ଶ୍ରମିକଙ୍କ ମଧ୍ୟରୁ ଜଣେ, ଯିଏ କି ଗତ ସାତ ଦିନ ଧରି ସେହି ସୁଡଙ୍ଗରେ ଫସିରହିଛନ୍ତି । ଅନେକ ଦିନ ଧରି ଫସିରହିଥିବା କାରଣରୁ ଏମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ତେଣୁ ଏମାନଙ୍କର ସାହସ ବଢ଼ାଇବା ପାଇଁ ଲଗାତର ଭାବେ ସମ୍ପର୍କ କରିବାକୁ ଚେଷ୍ଟା କରାଯାଉଛି । ଏହାସହିତ ନିଜ ପରିବାର ପରିଜନଙ୍କ ସହ ବି କଥାବର୍ତ୍ତା କରାଇଦିଆଯାଉଛି ।

କହିରଖିବାକୁ ଚାହିଁବୁ ଯେ ରବିବାର ଦିନ ଉତ୍ତରାଖଣ୍ଡ ଅନ୍ତର୍ଗତ ଉତ୍ତରକାଶୀରେ ନିର୍ମାଣ ଚାଲିଥିବା ସିଲ୍‌କ୍ୟାରା ସୁଡ଼ଙ୍ଗ ପଥର କିଛି ଅଂଶ ଧସି ପଡ଼ିବାରୁ ୧୫୦ ଘଣ୍ଟାରୁ ଅଧିକ ସମୟ ହେବ ତା’ ମଧ୍ୟରେ ୪୦ଜଣ ଶ୍ରମିକ ଫସି ରହିଛନ୍ତି। ଧସି ପଡ଼ିଥିବା ଭଗ୍ନସ୍ତୂପ ଖୋଳି ପାଇପ୍‌ (ନଳ) ଯୋଗେ ଫସି ରହିଥିବା ଶ୍ରମିକମାନଙ୍କୁ ଶୁଷ୍କଫଳ (ଡ୍ରାଏ ଫ୍ରୁଟ୍‌ସ୍‌), ଔ‌ଷଧପତ୍ର ଯୋଗାଇ ଦିଆଯିବା ସହିତ ଯୋଗାଯୋଗ ମଧ୍ୟ ରକ୍ଷା କରାଯାଉଛି। ବାୟୁ ଓ ଆଲୋକ ନ ଥିବା ଗୁହା ଭିତରେ ୬ ଦିନ ୬ ରାତି ବିତାଇ ଥିବା ୨୫ ବର୍ଷିୟ ଶ୍ରମଜୀବୀ ପୁଷ୍କର ଭାଇ ବିକ୍ରମଙ୍କୁ କ୍ଷୀଣ ସ୍ବରରେ କହିଲା, ମୁଁ ଭଲ ଅଛି। ଅନ୍ୟମାନେ ବି ଏଠାରେ ଅଛନ୍ତି। ସତ କଥା କହିଲେ ମା ଅଥୟ ହେବ।

ଭାଇ ସହିତ କଥା କହି ସାରିବା ପରେ ଚମ୍ପାବତ ଜିଲ୍ଲା ଅନ୍ତର୍ଗତ ଛାନିଗୋଠ ଗାଁର ବିକ୍ରମ ସକେଇ ସକେଇ କାନ୍ଦିଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି, ଶୁକ୍ରବାର ଦିନ ଅଳ୍ପ ସମୟ ପାଇଁ ତା’ ସାଙ୍ଗରେ କଥା କହିବାକୁ ସୁଯୋଗ ପାଇଲି। ତା’ର ପ୍ରଧାନ ଚିନ୍ତା ହେଲା ମାଆକୁ ବିବ୍ରତ ନ କରାଇବା। କଥାବାର୍ତ୍ତା ହେବାକୁ ଆମକୁ ଅଳ୍ପ ସମୟ ମିଳିଥିଲା। ତେଣୁ, ତରବର ହୋଇ ମୁଁ ତାକୁ ତା’ର ଦେହପା’ କଥା ପଚାରିବା ସହିତ ବାହାରେ ଚାଲିଥିବା ଉଦ୍ଧାର ଅଭିଯାନ ବିଷୟରେ ସୂଚନା ଦେଲି। ସାନପୁଅ ହୋଇଥିବାରୁ ସେ ମାଆର ଅତି ଗେଲବସରିଆ ବୋଲି ବିକ୍ରମ କହିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୁଷ୍କର ଘରେ ସବୁଠାରୁସାନ ଏବଂ ମାଆର ସବୁଠୁ ଗେହ୍ଲା ପୁଅ । ଯେବେ ଠାରୁ ମାଆ ଏ ଖବର ଶୁଣିଛି ସେବେଠୁ କାନ୍ଦି କାନ୍ଦି ବେହାଲ ହେଲାଣି । କିନ୍ତୁ ମୁଁ ପୁଷ୍କରକୁ କହିଲିନି ଯେ ମାଆ ଜାଣିଛି ଯେ ସେ ସୁଢ଼ଙ୍ଗରେ ଫସିରରହିଛି ବୋଲି । ସଦ୍ୟତମ ସୂଚନା ଅନୁସାରେ, କିଛି ଭାଙ୍ଗିପଡ଼ିବା ଭଳି ଭୀଷଣ ଶବ୍ଦ ଶୁଭିବାରୁ ଗତ ରାତି ୨.୪୫ରୁ ସୁଡ଼ଙ୍ଗ ପଥରେ ଭଗ୍ନସ୍ତୂପ ଉତ୍‌ଖନନ କାର୍ଯ୍ୟ ବନ୍ଦ ରଖାଯାଇଛି। ଜାରି କରିଥିବା ବିବୃତିରେ ‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଡେଭ୍‌ଲପ୍‌ମେଣ୍ଟ୍‌ କର୍ପୋରେସନ୍‌ ଲିମିଟେଡ୍‌’ ଏ କଥା କହିଛି।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

3 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

4 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago