ଦେଶ ବିଦେଶ

ଦେଶରେ କ୍ରିପ୍ଟୋକରେନ୍‌ସୀ କାରବାରକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ପଦକ୍ଷେପ ନେଇଛନ୍ତି କି?, ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ

କେନ୍ୟୁଜ୍(ବ୍ୟୁରୋ):ଦେଶରେ କ୍ରିପ୍ଟୋକରେନ୍‌ସୀ କାରବାର ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ। ଅଣତାରକା ପ୍ରଶ୍ନରେ ଭାରତରେ କ୍ରିପ୍ଟୋକରେନ୍‌ସୀ କାରବାରକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ପଦକ୍ଷେପ ନେଇଛନ୍ତି କି? କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏ ପ୍ରଶ୍ନ କରିଛନ୍ତି ସାଂସଦ ଡ. ସାମନ୍ତ। ଏହାସହ କ୍ରିପ୍ଟୋକରେନ୍‌ସୀକୁ ସରକାର ଟଙ୍କା ଓ ବୈଧକାରବାର ଭାବେ ଗ୍ରହଣ କରୁଛନ୍ତି କି? ସରକାର ଘରୋଇ କ୍ରିପ୍ଟୋକରେନ୍‌ସୀକୁ ସଂପୂର୍ଣ୍ଣ ବ୍ୟାନ୍‌ ପାଇଁ ନିଷ୍ପତ୍ତି ନେଇଛନ୍ତି କି? ଘରୋଇ କ୍ରିପ୍ଟୋକରେନ୍‌ସୀକୁ ଲାଇସେନ୍‌ସ ଓ ଫେମା ଭଳି ରେଗୁଲେସନ କ୍ରିପ୍ଟୋକରେନ୍‌ସୀରେ ଲାଗୁ ହୋଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି।

 ସାଂସଦଙ୍କ ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉତ୍ତର ରଖି କହିଛନ୍ତି, ୨୦୧୮-୧୯ ବଜେଟ୍‌ରେ ଘୋଷଣା ହୋଇସାରିଛିି, କ୍ରିପ୍ଟୋକରେନ୍‌ସୀକୁ ସରକାର ବୈଧ କାରବାର କିମ୍ବା କଏନ୍‌ ଭାବେ ଭାବେ ଗ୍ରହଣ କରନ୍ତି ନାହିଁ। କ୍ରିପ୍ଟୋକରେନ୍‌ସୀ ବ୍ୟବହାରର ମୂଳପୋଚ୍ଛ ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେବେ। ଅର୍ଥ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ଭର୍ଚୁଆଲ କରେନ୍‌ସି ସମ୍ବନ୍ଧୀୟ ପ୍ରସଙ୍ଗକୁ ଅନୁଧ୍ୟାନ କରିବେ। ଏହି ସମ୍ବନ୍ଧୀୟ ପ୍ରସଙ୍ଗରେ କେବଳ ରାଜ୍ୟ ସରକାରଙ୍କ ଅନୁମୋଦିତ ଛଡ଼ା ଅନ୍ୟ ସମସ୍ତ କ୍ରିପ୍‌ଟୋକରେନ୍‌ସୀକୁ ଦେଶରେ ବନ୍ଦ କରାଯିବ।

ଆଇଏମସିର ପ୍ରସ୍ତାବ ପରେ କେନ୍ଦ୍ର ସରକାର ଏକ ନିଷ୍ପତ୍ତି ଗ୍ରହଣ କରିବେ। ବ୍ୟବସ୍ଥାପିକାର ପ୍ରସ୍ତାବ ପରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ। ଚଳିତବର୍ଷ ମାର୍ଚ୍ଚ ୩୧ରେ ଭର୍ଚୁଆଲ କରେନ୍‌ସିରେ କାରବାର ପାଇଁ ଆରବିଆଇ ସର୍କୁଲାଲ ଜାରି କରିଥିଲା। ବ୍ୟାଙ୍କ ଏବଂ ଅନ୍ୟ ନିୟନ୍ତ୍ରକ ସସ୍ଥାଗୁଡିକ ଗ୍ରାହକଙ୍କ ନିରୀକ୍ଷଣ ପାଇଁ KYC, ଆଣ୍ଟି ମନି ଲଣ୍ଡରିଂ, ଅର୍ଥନୈତିକ ଆତଙ୍କବାଦ ମୁକାବିଲା, ଫେମା ଆଦି ପ୍ରସଙ୍ଗରେ ସରକାର ନିର୍ଦ୍ଧାରଣ କରିଥିବା ମାନକ ଆଧାରରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। …

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago