ଲାଇଫ୍ ଷ୍ଟାଇଲ୍

ପୋଦିନା ପତ୍ରକୁ ଏମିତି ଷ୍ଟୋର କରି ପାରିବେ ବର୍ଷେ ଯାଏ, ଜାଣନ୍ତୁ ତରିକା

ପୋଦିନା ପତ୍ର ସ୍ୱାଦ ଓ ସ୍ୱାସ୍ଥ୍ୟ ଉଭୟ ପାଇଁ ଲାଭଦାୟକ । ପୋଦିନା ପତ୍ର ବିନା କିଛି ଖାଦ୍ୟ ପ୍ରସ୍ତୁତି ଅଧୁରା । ବିଶେଷ କରି ଚଟଣୀ, ରାଇତା ଓ ପରଠାରେ ପୁଦିନା ବ୍ୟବହାର ଅଧିକ ହୋଇଥାଏ । ଫାଷ୍ଟ ଫୁଡ ହେଉ ବା ସରବତ ପୋଦିନା ବିନା ସ୍ୱାଦ ଅଧୁରା । ପୋଦିନାପାଣି ଚର୍ମକୁ ଚିକ୍କଣ ଓ ଚମକଦାର ରଖିଥାଏ ।

ହେଲେ ବେଳେ ବେଳେ ପୋଦିନା ବଜାରରେ ଠିକ୍‌ ଭାବରେ ମିଳି ନଥାଏ । ଯଦି ବା ମିଳିଥାଏ ବହୁତ ଉଚ୍ଚ ଦାମରେ ମିଳିଥାଏ । ତେଣୁ ପୋଦିନା କମ୍‌ ଦାମ ଥିବା ସମୟରେ ଏହାକୁ ଆମେ ଘରେ ବହୁଦିନ ପାଇଁ ସାଇତି ରଖି ପାରିବା । ଆସନ୍ତୁ ଜାଣିବା ପୋଦିନାକୁ ବର୍ଷେ ଯାଏ କେମିତି ରଖିପାରିବେ ସାଇତି ।

୧. ପୋଦିନା ପତ୍ରକୁ ବେଶୀ ଦିନ ରଖିବା ପାଇଁ ପୋଦିନା ବିଡାକୁ ଘରେ ଆଣି ଖୋଲି ରଖି ଦିଅନ୍ତୁ । ପୋଦିନା ଗଛର ତଳ ପଟୁ କିଛି ପତ୍ର କାଢ଼ି ଦିଅନ୍ତୁ । ଏହାକୁ ଆପଣ ତରକାରୀରେ ବ୍ୟବହାର କରିପାରିବେ । ଏବେ ଏକ ଜାର ନିଅନ୍ତୁ ସେଥିରେ ପାଣି ଭରି ପୋଦିନାର ତଳ କାଣ୍ଡକୁ ଏଥିରେ ଡୁବାଇ ରଖନ୍ତୁ । ଏବେ ପତ୍ରକୁ ଓଦା କପଡାରେ ଗୁଡ଼ାଇ ଦିଅନ୍ତୁ ଓ ଏହାକୁ ଫ୍ରିଜରେ ରଖନ୍ତୁ । ଏହା ୧୫ ଦିନ ଯାଏ ଆରାମରେ ରହିଯିବ ।
୨. ପୋଦିନାକୁ ଷ୍ଟୋର କରିବାର ଅନ୍ୟ ତରିକା ହେଉଛି ଏକ ପେପର ଟାେଓ୍ଵଲ ନିଅନ୍ତୁ । ଏହାକୁ ଓଦା କରି ଏଥିରେ ପୋଦିନା ପତ୍ରକୁ ଗୁଡ଼ାଇ ଦିଅନ୍ତୁ । ଏବେ ଏହାକୁ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ଫ୍ରିଜରେ ରଖି ଦିଅନ୍ତୁ । ଏହାଦ୍ୱାରା ଦୀର୍ଘ ଦିନ ଯାଏ ପୋଦିନା ଫ୍ରେସ ରହିବ ।

୩. ଯଦି ଆପଣ ପୋଦିନାକୁ ପୁରା ବର୍ଷକ ଯାଏ ସାଇତି ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ପତ୍ରକୁ ଭଲ ଭାବେ ପାଣିରେ ସଫା କରି ନିଅନ୍ତୁ । ଏବେ ୫-୬ ପତ୍ରକୁ ଆଇସ କ୍ୟୁବ୍‌ ଟ୍ରେରେ ରଖି ଏଥିରେ ପାଣି ଭରି ଫ୍ରିଜରେ ରଖି ଦିଅନ୍ତୁ । ଏହା ଦ୍ୱାରା ପୋଦିନା ପତ୍ର ବେଶୀ ଦିନ ପର୍ଯ୍ୟନ୍ତ ରହିବ ।

୪. ଆହୁରି ମଧ୍ୟ ପୋଦିନା ପତ୍ରକୁ ଶୁଖାଇ କରି ବର୍ଷେ ଯାଏ ରଖି ପାରିବେ । ଏଥିପାଇଁ ପ୍ରଥମେ ପୋଦିନା ପତ୍ରକୁ ଭଲ ଭାବେ ଧୋଇ କପଡ଼ାରେ ପୋଛି ଦିଅନ୍ତୁ । ଏହାକୁ ଖବରକାଗଜରେ ଗୁଡ଼ାଇ ୩-୪ ଦିନ ଯାଏ ଘରେ ରଖି ଦିଅନ୍ତୁ । ଏହା ଶୁଖିଯିବା ପରେ ଏକ ଏୟାର ଟାଇଟ ଡବାରେ ଭରି ଦିଅନ୍ତୁ । ଆବଶ୍ୟକ ବେଳେ ଏହାକୁ ଗୁଣ୍ଡ କରି ବା ସେମିତି ଖାଦ୍ୟରେ ପକାଇ ପାରିବେ । ତେବେ ଏହାକୁ ଖରାରେ ଶୁଖାଇବେ ନାହିଁ ।

Niharanjan

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

24 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

46 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

53 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago