ଦେଶ ବିଦେଶ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଇସିନା ହିଲ୍ ରେସରେ ବାଜି ମାରି ରାଇରଙ୍ଗପୁର ଝିଅ । ଗତ ୧୮ ତାରିଖ ଦିନ ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଭୋଟ୍‌ ହେବା ପରେ ଆଜି ଭୋଟ୍‌ ଗଣତି ହୋଇଥିଲା। ବର୍ତ୍ତମାନ ଫଳାଫଳ ଆସି ଯାଇଛି। ଦ୍ରୌପଦୀ ମୁର୍ମୁ ଯଶୋବନ୍ତ ସିହ୍ନାଙ୍କ ଠାରୁ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରେ ଶେଷ ହେଉଛି । ୨୫ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ତାଙ୍କର ବିଜୟ ସମ୍ଭାବନା ଅଧିକ ରହିଛି ବୋଲି ଆକଳନ କରାଯାଉଥିଲା। ଫଳାଫଳ ଘୋଷଣା ପୂର୍ବରୁ ବିଜେପି ଶିବିରରେ ସେଲିବ୍ରେସନ୍ ଚାଲିଥିଲା । ସେହିପରି ତାଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଗତକାଲି ଠାରୁ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଥିଲା । ଦ୍ରୌପଦୀଙ୍କ ବିଜୟ ପରେ ଦିଲ୍ଲୀ ବିଜେପି ପକ୍ଷରୁ ଏକ ବିଶାଳ ରୋଡସୋ ପାଇଁ ଯୋଜନା ରହିଛି। ବିଜେପି ଜାତୀୟ ମୁଖ୍ୟାଳୟରୁ ରାଜପଥ ପର୍ଯ୍ୟନ୍ତ ହେବ ରୋଡ ସୋ। ବହୁ ବରିଷ୍ଠ ନେତା ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସମସ୍ତ ରାଜ୍ୟର ବିଜେପି କାର୍ଯ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଉଛି ।

ଏହି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ଭୋଟ ଗଣତି ପରେ ବିଜୟୀ ହୋଇଛନ୍ତି । ସେ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ୍‌ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯଶୋବନ୍ତ ସିହ୍ନା ପାଇଛନ୍ତି ୨ ଲକ୍ଷ ୬୧ ହଜାର ୬୨ଟି ଭୋଟ୍‌ ପାଇଛନ୍ତି । ଏହା ସହିତ ଦେଶ ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୨୭ଟି ଦଳର ସମର୍ଥନ ମିଳିଥିଲା । ପ୍ରଥମେ ବିଜୁ ଜନତା ଦଳ ତାଙ୍କୁ ସମର୍ଥନ ଘୋଷଣା କରିଥିଲଶ । ପରେ ଶିବସେନା ଓ ଟିଡିପି ସମେତ ୨୭ଟି ଦଳ ସମର୍ଥନ କରିବାକୁ ଆଗେଇ ଆସିଥିଲେ। ଏମିତିକି ବିରୋଧୀ କଂଗ୍ରେସ ଦଳର ସଦସ୍ୟ ମଧ୍ୟ ଦ୍ରୌପଦୀଙ୍କୁ ହିଁ ଭୋଟ୍‌ ଦେଇଥିଲେ ।
ତେବେ ସବୁଠାରୁ ବେଶି ଭାବପ୍ରବଣତା ଦେଖିବାକୁ ମିଳିଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯେତେବେଳେ ଦ୍ରୌପଦୀ ସମର୍ଥନ ଲୋଡ଼ି ଓଡ଼ିଶା ଆସିଥିଲେ। ବିଧାନସଭାରେ ନବୀନଙ୍କ ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଥିଲେ। ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିଲେ ଦ୍ରୌପଦୀ ମୁର୍ମୁ। ଭାବପ୍ରବଣ ହୋଇ ନବୀନଙ୍କୁ ରାକ୍ଷୀ ବାନ୍ଧିଥିଲି ବୋଲି କହିଥିଲେ। ତେବେ ମାଗିବା ଆଗରୁ ନିର୍ବାଚନ ପାଇଁ ସମର୍ଥନ ଦେବା ସହ ବିଦେଶରେ ଥାଇ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ରେ କଥା ହୋଇଥିଲେ ବୋଲି ସେତେବେଳେ ଦ୍ରୌପଦୀ କହିଥିଲେ ।

ମନ୍ତ୍ରୀ ଥିଲେ ରାଜ୍ୟପାଳ ବି ଥିଲେ ଏବେ ଦେଶ ମୁଖ୍ୟ

ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସେହିପରି ଓଡ଼ିଶାରେ ବିଜେଡି ଓ ବିଜେପି ମିଳିତ ସରକାରରେ ସେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ମତ୍ସ୍ୟ ଓ ପଶୁ ପାଳନ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୯୭ରେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ସେ ପ୍ରଥମେ ଜଣେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ପରେ ରାଇରଙ୍ଗପୁରର ଉପାଧ୍ୟକ୍ଷ ହୋଇଥିଲେ । ସେହି ବର୍ଷ ତାଙ୍କୁ ଓଡ଼ିଶା ବିଜେପି ଜନଜାତି ମୋର୍ଚ୍ଚାର ସଭାପତି କରାଗଲା । ପରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୭ରେ ଓଡ଼ିଶା ବିଧାନସଭାରେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ପୁରସ୍କାର ଜିତି ଥିଲେ । ସେ ଦୁଇ ଦୁଇଥର ରାଇରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଆଉ ସବୁ ବେଳେ ଜନଜାତିଙ୍କ ଉନ୍ନତି ଦିଗରେ କାମ କରି ଆସିଛନ୍ତି ।

ଆଜି ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ କେବଳ ଓଡ଼ିଶା ନୁହେଁ ସାରା ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଦ୍ରୌପଦୀ ମୁର୍ମୁ। ଆଉ ଗୌରବାନ୍ଵିତ କରିଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କୁ ।

Sasmita

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

13 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

21 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

28 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

36 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

38 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

46 mins ago