ଦେଶ ବିଦେଶ

ଦିଲ୍ଲୀ: ଦ୍ରୁତଗତିରେ ଯାଉଥିବା DTC ବସ୍‌ ଖୁଣ୍ଟରେ ପିଟିହେଲା, ୧୫ ଯାତ୍ରୀ ଆହତ

ପଶ୍ଚିମ ଦିଲ୍ଲୀର ରାଜୋରୀ ଗାର୍ଡେନ ରିଙ୍ଗ୍‌ ରୋଡ୍‌ରେ ଏକ ଡିଟିସି କ୍ଲଷ୍ଟରର ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ହଠାତ୍‌ ବସ୍‌ର ସନ୍ତୁଳନ ବିଗିଡ଼ିଯିବାରୁ ଏହା ସିଧା ଏକ ଖୁଣ୍ଟିରେ ପିଟି ହୋଇ ଯାଇଥିଲା । ଫଳରେ ବସ୍‌ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବସ୍‌ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ ଏହି ଯାତ୍ରୀବାହୀ ବସ୍‌ ଧୋଲା କୁଆଁରୁ ପଞ୍ଜାବୀ ବାଗ ଆଡ଼କୁ ଯାଉଥିଲା । ବସ୍‌ ଦ୍ରୁତ ଗତିରେ ଥିଲା । ରିଙ୍ଗ୍‌ ରୋଡ୍‌ରେ ରାଜୋରୀ ଗାର୍ଡେନ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତି ହେତୁ ଡ୍ରାଇଭର ସ୍ଥିର କରିପାରି ନ ଥିଲେ ଯେ ଗାଡ଼ିକୁ ଫ୍ଲାଏଓଭରରେ ନେବେ ନା ବାମପାର୍ଶ୍ୱକୁ ବୁଲାଇବେ । ଏହି ଦ୍ୱନ୍ଦ୍ୱ ଭିତରେ ସେ ସିଧା ଡିଭାଇଡର ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ସନ୍ତୁଳନ ବିଗିଡ଼ିଯିବାରୁ ଡିଭାଇଡରରେ ଥିବା ଖୁଣ୍ଟିରେ ଗାଡ଼ି ଧକ୍କା ହୋଇଥିଲା ।

ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଶଙ୍କା କରାଯାଉଛି ଯେ ଡ୍ରାଇଭର ଢୋଳେଇ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି, ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି । ଏହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ ଆଜି ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ପିଲାଙ୍କ ମୃତ୍ୟୁ ପରେ ହରିୟାଣା ସରକାର ସ୍କୁଲ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସ୍କୁଲ ପ୍ରିନ୍ସିପାଲ ଦିପ୍ତୀ ରାଓଙ୍କୁ ପୋଲିସ ଗିରଫ କରିଛି । ଏହାଛଡା ସ୍କୁଲର ଲାଇସେନ୍ସ ରଦ୍ଦ ହେବ ବୋଲି କୁହାଯାଇଛି ।

Roshni

Recent Posts

୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି…

2 mins ago

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

31 mins ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

51 mins ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

1 hour ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

1 hour ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

2 hours ago