ଦିଲ୍ଲୀ: ଦ୍ରୁତଗତିରେ ଯାଉଥିବା DTC ବସ୍‌ ଖୁଣ୍ଟରେ ପିଟିହେଲା, ୧୫ ଯାତ୍ରୀ ଆହତ

ପଶ୍ଚିମ ଦିଲ୍ଲୀର ରାଜୋରୀ ଗାର୍ଡେନ ରିଙ୍ଗ୍‌ ରୋଡ୍‌ରେ ଏକ ଡିଟିସି କ୍ଲଷ୍ଟରର ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ହଠାତ୍‌ ବସ୍‌ର ସନ୍ତୁଳନ ବିଗିଡ଼ିଯିବାରୁ ଏହା ସିଧା ଏକ ଖୁଣ୍ଟିରେ ପିଟି ହୋଇ ଯାଇଥିଲା ।

ପଶ୍ଚିମ ଦିଲ୍ଲୀର ରାଜୋରୀ ଗାର୍ଡେନ ରିଙ୍ଗ୍‌ ରୋଡ୍‌ରେ ଏକ ଡିଟିସି କ୍ଲଷ୍ଟରର ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ହଠାତ୍‌ ବସ୍‌ର ସନ୍ତୁଳନ ବିଗିଡ଼ିଯିବାରୁ ଏହା ସିଧା ଏକ ଖୁଣ୍ଟିରେ ପିଟି ହୋଇ ଯାଇଥିଲା । ଫଳରେ ବସ୍‌ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବସ୍‌ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ ଏହି ଯାତ୍ରୀବାହୀ ବସ୍‌ ଧୋଲା କୁଆଁରୁ ପଞ୍ଜାବୀ ବାଗ ଆଡ଼କୁ ଯାଉଥିଲା । ବସ୍‌ ଦ୍ରୁତ ଗତିରେ ଥିଲା । ରିଙ୍ଗ୍‌ ରୋଡ୍‌ରେ ରାଜୋରୀ ଗାର୍ଡେନ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତି ହେତୁ ଡ୍ରାଇଭର ସ୍ଥିର କରିପାରି ନ ଥିଲେ ଯେ ଗାଡ଼ିକୁ ଫ୍ଲାଏଓଭରରେ ନେବେ ନା ବାମପାର୍ଶ୍ୱକୁ ବୁଲାଇବେ । ଏହି ଦ୍ୱନ୍ଦ୍ୱ ଭିତରେ ସେ ସିଧା ଡିଭାଇଡର ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ସନ୍ତୁଳନ ବିଗିଡ଼ିଯିବାରୁ ଡିଭାଇଡରରେ ଥିବା ଖୁଣ୍ଟିରେ ଗାଡ଼ି ଧକ୍କା ହୋଇଥିଲା ।

ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଶଙ୍କା କରାଯାଉଛି ଯେ ଡ୍ରାଇଭର ଢୋଳେଇ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି, ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି । ଏହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ ଆଜି ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ପିଲାଙ୍କ ମୃତ୍ୟୁ ପରେ ହରିୟାଣା ସରକାର ସ୍କୁଲ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସ୍କୁଲ ପ୍ରିନ୍ସିପାଲ ଦିପ୍ତୀ ରାଓଙ୍କୁ ପୋଲିସ ଗିରଫ କରିଛି । ଏହାଛଡା ସ୍କୁଲର ଲାଇସେନ୍ସ ରଦ୍ଦ ହେବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.