ସଚେତନତା ସୃଷ୍ଟି କରୁଛନ୍ତି ଜୟପୁରର ଏହି ମହିଳା, ଚାଉଳ ଦାନା ଉପରେ ଲେଖିଲେ, ‘ଆପଣଙ୍କ ଭୋଟ୍‌ ଆପଣଙ୍କ ଶକ୍ତି’

ରାଜସ୍ଥାନର ଜୟପୁରରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜର କଳା ଜରିଆରେ ଲୋକମାନଙ୍କୁ ମତଦାନ ନେଇ ସଚେତନ କରୁଛନ୍ତି ।

ରାଜସ୍ଥାନର ଜୟପୁରରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜର କଳା ଜରିଆରେ ଲୋକମାନଙ୍କୁ ମତଦାନ ନେଇ ସଚେତନ କରୁଛନ୍ତି । ଗୋଟିଏ ପଟେ ଦେଶରେ ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ବିଜୟ ପାଇଁ ଜନତାଙ୍କୁ ମନାଉଥିବା ବେଳେ ଅନ୍ୟପଟେ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବାସ୍ତବରେ, ଜନତାଙ୍କ ଅସଲ ଶକ୍ତି ହିଁ ତାଙ୍କର ମତଦାନ ହୋଇଥାଏ । ଏହି କାରଣରୁ ଗଣତନ୍ତ୍ରରେ ମତଦାନକୁ ସବୁଠାରୁ ବଡ଼ ପର୍ବ ବୋଲି ବିବେଚନା କରାଯାଇଛି ।

ଏମିତିରେ ନିର୍ବାଚନ ଆୟୋଗ ମଧ୍ୟ ଲୋକସଭା ନିର୍ବାଚନରେ ଶତ ପ୍ରତିଶତ ମତଦାନକୁ ନେଇ ଅନେକ ଅଭିଯାନ ଚଳାଇଛନ୍ତି । ଏହାରି ଭିତରେ ଜୟପୁରର ସାଙ୍ଗାନୋରରେ ରହୁଥିବା ନୀରୁ ଛାବଡ଼ା ନାମ୍ନୀ ମହିଳା ଚର୍ଚ୍ଚାରେ ଅଛନ୍ତି । ସେ ଚାଉଳ ଦାନାରେ ଏମିତି କଳାର ଯାଦୁ ଦେଖାଇଛନ୍ତି, ଯାହାଙ୍କୁ ନିର୍ବାଚନ ଆୟୋଗ ମଧ୍ୟ ପ୍ରଶଂସା କରିଛନ୍ତି ।

ନୀରୁ ଛାବଡ଼ା ଦେଶର ବିକାଶ ପାଇଁ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି । ସେ ନିଜର କଳା ଜରିଆରେ ଲୋକମାନଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ନୀରୁ ଚାଉଳର ଛୋଟ ଛୋଟ ଦାନା ଉପରେ ନିଜର ସୂକ୍ଷ୍ମ ଲିଖନ କଳାରେ ଲୋକଙ୍କୁ ଭୋଟର ଅଧିକାର ବିଷୟରେ ଜଣାଇଛନ୍ତି ।

ସେ ନିର୍ବାଚନକୁ ନଜରରେ ରଖି ଭାରତର ନକ୍ସା ସହିତ ରାଜସ୍ଥାନର ନକ୍ସା ଉପରେ ମଧ୍ୟ ଚାଉଳ ଦାନା ଉପରେ ସ୍ଲୋଗାନ ଲେଖିଛନ୍ତି । ନୀରୁ ଛାବଡ଼ା କହିଛନ୍ତି ଯେ ୧୯୮୪ରେ ରୋଷେଇ ଘରେ ଚାଉଳ ବାଛିବା ସମୟରେ ମନରେ ଏକ ଆଇଡିଆ ଆସିଥିଲା । ଏହାପରେ ଚାଉଳ ଦାନା ଉପରେ କିଛି ଲେଖିବାକୁ ପ୍ରୟାସ କରିଥିଲି ।

ଅବଶ୍ୟ, ପ୍ରଥମ ଥର ସଫଳ ହୋଇ ନ ଥିଲି, କିନ୍ତୁ ପରେ ଗୋଟିଏ ଚାଉଳରେ ଦୁଇଟି ଅକ୍ଷର ସହ ସୂକ୍ଷ୍ମ ଲିଖନ ଆରମ୍ଭ କରିଥିଲି । ବର୍ତ୍ତମାନ ଗୋଟିଏ ହିଁ ଚାଉଳ ଦାନାରେ ୧୦୮ ଅକ୍ଷର ଲେଖିବାର ରେକର୍ଡ ହୋଇପାରିଛି । ହିନ୍ଦୀରେ ସମ୍ବିଧାନର ପୂରା ପରିଭାଷା ମଧ୍ୟ ସେ ଚାଉଳ ଉପରେ ଲେଖିଛନ୍ତି । ଏହି କାରଣରୁ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ତାଙ୍କ କଳାର ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.