ବାଲିରେ ଖେଳୁ ଖେଳୁ ଅତଡ଼ା ତଳେ ଚାପି ହୋଇ ଚାଲିଗଲା କଅଁଳ ଜୀବନ

ଏହି କୁନି ବାଳକଟି କେଡ଼େ ଖୁସିରେ ଖେଳିବାକୁ ଆସିଥିଲା ନଦୀ ପଠାକୁ । ନଦୀ ପଠାରେ ବାଲି ବାହାର କରି ଖେଳୁଥିଲା । ହେଲେ ବାଲି ବାହାର କରିବା ସମୟରେ ଘଟିଗଲା ତା ସହ ବଡ଼ ଅଘଟଣ। ବାଲିରେ ଖେଳୁ ଖେଳୁ ହଠାତ୍‌ ଧସିଥିଲା ଅତଡ଼ା । ଆଉ ଅତଡା ତଳେ ଚାପି ହୋଇ ଚାଲିଗଲା ନୀରିହ ନାବାଳକର ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବେଲଡିହା ନଦୀ ନିକଟରେ ।

ଉଦଳା : ସତରେ ଏ ଜୀବନ କ୍ଷଣସ୍ଥାୟୀ । କେତେବେଳେ କଣ ଯେ ଆମ ସହ କଣ ହୋଇଯିବ ତାହା କେହି କହିପାରିବେନି କି ବୁଝି ମଧ୍ୟ ପାରିବେନି । ଏମିତି କଥାବାର୍ତ୍ତା କରୁ କରୁ ଆମ ସହ କଣ ଘଟିଯିବ ଆମେ ମଧ୍ୟ କେବେ ତାହା ସ୍ୱପ୍ନରେ ଭାବି ନଥିବା । ଠିକ୍‌ ସେମିତି ଏହି କୁନି ବାଳକ ସହ ଆଜି ଯାହା ଘଟିଯାଇଛି ତାହା ସେ ମଧ୍ୟ କେବେ ଧାରଣା କରିନଥିବ । କିନ୍ତୁ ତା ସହ ଏତେବଡ଼ ଅଘଟଣ ଘଟିଯାଇଛି ଯେଉଁ ବାଲି ମାଟିରେ ସେ ଖେଳୁଥିଲା ସେହି ମାଟିରେ ତା ଜୀବନ ଚାଲିଯାଇଛି । ଆଉ ଏହି କଥାକୁ ତା ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପୂରା ପରିବାର ।

ଏହି କୁନି ବାଳକଟି କେଡ଼େ ଖୁସିରେ ଖେଳିବାକୁ ଆସିଥିଲା ନଦୀ ପଠାକୁ । ନଦୀ ପଠାରେ ବାଲି ବାହାର କରି ଖେଳୁଥିଲା । ହେଲେ ବାଲି ବାହାର କରିବା ସମୟରେ ଘଟିଗଲା ତା ସହ ବଡ଼ ଅଘଟଣ। ବାଲିରେ ଖେଳୁ ଖେଳୁ ହଠାତ୍‌ ଧସିଥିଲା ଅତଡ଼ା । ଆଉ ଅତଡ଼ା ତଳେ ଚାପି ହୋଇ ଚାଲିଗଲା ନୀରିହ ନାବାଳକର ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବେଲଡିହା ନଦୀ ନିକଟରେ ।

ପଥରସାହି ଗାଁର ପ୍ରଶାନ୍ତ ନାୟକଙ୍କ ପୁଅ ପ୍ରକାଶ ନାୟକ ଆଜି ଅପରାହ୍ନ ସମୟରେ ନଦୀ ପଠରେ ବସି ଖେଳୁଥିଲା । ନଦୀ ପଠାରେ ଖେଳିବା ସମୟରେ କୂଳରୁ ବାଲି ସଂଗ୍ରହ କରିବା ସହିତ ନଦୀ ପଠାରେ ଶୋଇ ବାଲି ଖୋଳି ବାହାର କରୁଥିଲା । ସେହି ଶୋଇକି ବାଲି ବାହାର କରିବା ସମୟରେ ହଠାତ୍‌ ତା ଉପରେ ଧସକି ପଡିଥିଲା ମାଟି ଅତଡା । ଆଉ ସେହି ମାଟି ଅତଡା ତଳେ ଚାପି ହୋଇ ରହିଯାଇଥିଲା ନାବାଳକ ପ୍ରକାଶ । ସେହିଠାରେ ହିଁ ଚାଲିଯାଇଥିଲା ନାବାଳକ ପ୍ରକାଶର ଜୀବନ ।

ସ୍ଥାନୀୟ ଲୋକେ ଏହା ଦେଖି କପ୍ତିପଦା ଦମକଳ ବିଭାଗକୁ ଖବର ଦେଇଥିଲେ । ପରେ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳକ ପ୍ରକାଶକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରକାଶ ହେଉଛନ୍ତି ପଥରସାହି ଗାଁର ପ୍ରଶାନ୍ତ ନାୟକଙ୍କର ଏକମାତ୍ର ପୁଅ । ଏକମାତ୍ର ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ବାପା ମା । ଏଭଳି ଅଭାବନୀୟ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.