ପର୍ଯ୍ୟଟକଙ୍କ କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଦୁଇ ଗୁରୁତର

ଫୁଲ ତୋଳିବା ହୋଇଛି କାଳ । ଆଜି ସକାଳୁ ଗୋପ ଥାନା ଅନ୍ତର୍ଗତ କୋଣାର୍କ ରାସ୍ତାର ବାୟାକୁଦା ନିକଟରେ ଏକ କାର ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଦୃଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଜଣେ ମହିଳା ପ୍ରାଣ ହରାଇବା ସହିତ ଦୁଇଜଣ ଗୁରୁତର ହୋଇଛନ୍ତି । ପ୍ରଥମେ ଗୋପ ପରେ ଭୂବନେଶ୍ୱର ସ୍ଥାନାନ୍ତରିତ ହେବା ଦେଖିବାକୁ ମିଳିଛି ।

ଗୋପ(କେନ୍ୟୁଜ୍‌) : ଫୁଲ ତୋଳିବା ହୋଇଛି କାଳ । ଆଜି ସକାଳୁ ଗୋପ ଥାନା ଅନ୍ତର୍ଗତ କୋଣାର୍କ ରାସ୍ତାର ବାୟାକୁଦା ନିକଟରେ ଏକ କାର ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଦୃଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଜଣେ ମହିଳା ପ୍ରାଣ ହରାଇବା ସହିତ ଦୁଇଜଣ ଗୁରୁତର ହୋଇଛନ୍ତି । ପ୍ରଥମେ ଗୋପ ପରେ ଭୂବନେଶ୍ୱର ସ୍ଥାନାନ୍ତରିତ ହେବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗୋପ ବାୟାକୁଦାର ରେଣୁବାଳା ବେହେରା ଓ ରଞ୍ଜିତା ପ୍ରଧାନ ଭୋରୁ ରାସ୍ତା କଡରେ ଫୁଲତୋଳୁ ଥିବା ବେଳେ ଗୋପ ପଟୁ ଆସୁଥିବା ଏକ ଧଳା କାର ରେଣୁବାଳା ଓ ରଞ୍ଜିତାଙ୍କୁ ସିଧା ଧକ୍କା ଦେଇଥିଲା ପରେ କାର ଟି ଭାରସାମ୍ୟ ହରାଇ କୋଣାର୍କ ପଟୁ ଆସୁଥିବା ଏକ ବାଇକ୍‌ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରେଣୁବାଳାଙ୍କ ମୃତ୍ୟୁ ଘଟିଥିବା ବେଳେ ରଞ୍ଜିତା ପ୍ରଧାନ ଏବଂ ବାଇକ ଆରୋହୀ ନିରଞ୍ଜନ ପ୍ରଧାନ ଗୁରୁତର ଆହତ ହୋଇଥିଲେ l ଗୋପ ଅଗ୍ନିଶମ ବିଭାଗ ଘଟଣାର ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଗୋପ ମେଡିକାଲ ରେ ଭର୍ତ୍ତି କରିଥିଲେ । ଗୁରୁତର ଥିବାରୁ ଦୁଇ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଛି l

ଏନେଇ ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଛୁ ମାରିଥିବା ଜଣା ପଡ଼ିଛି। ଏଡ଼େି ରେଣୁବାଳାଙ୍କ ଶବକୁ ଧରି ଗୋପ ମେଡିକାଲରେ ସହ ପରିବାର ଲୋକେ ଏବେବି ରହିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.