ସୁରଙ୍କ ଉପରେ କଂଗ୍ରେସ ଖପ୍ପା, ହୋଇପାରେ ଆକ୍ସନ

ସୁରଙ୍କ ଉପରେ କଂଗ୍ରେସ ଖପ୍ପା । ତାଙ୍କ ଉପରେ ଆକ୍ସନ ହୋଇପାରେ । ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ଓ ସାଂସଦ ପ୍ରାର୍ଥୀ ହେବା ପରେ ସୁରେଶ ରାଉତରାୟଙ୍କ କାର୍ଯ୍ୟକଳାପରେ ଦଳ କ୍ଷୁବ୍ଧ ଅଛି ।

ସୁରଙ୍କ ଉପରେ କଂଗ୍ରେସ ଖପ୍ପା । ତାଙ୍କ ଉପରେ ଆକ୍ସନ ହୋଇପାରେ । ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ଓ ସାଂସଦ ପ୍ରାର୍ଥୀ ହେବା ପରେ ସୁରେଶ ରାଉତରାୟଙ୍କ କାର୍ଯ୍ୟକଳାପରେ ଦଳ କ୍ଷୁବ୍ଧ ଅଛି ।   ଏହି ସୂଚନା ଦେଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର । ସେପଟେ ୧୪ ତାରିଖ ସୁଦ୍ଧା ଆସିପାରେ କଂଗ୍ରେସର ପରବର୍ତ୍ତୀ ପ୍ରାର୍ଥୀ ତାଲିକା । ୧୬ରୁ ଦଳ ପ୍ରଚାରକୁ ଜୋରଦାର କରିବ । ଓଡ଼ିଶା ଆସିବେ ସୋନିଆ, ରାହୁଲ, ପ୍ରିୟଙ୍କା, ଖଡ଼ଗେଙ୍କ ଭଳି ଷ୍ଟାର ପ୍ରଚାରକ ।

ଅକଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପୁଅ ଓ ପାର୍ଟି ଭିତରେ ଫେସି ହେଉଛନ୍ତି । ସୁରଙ୍କୁ ନେଇ କଂଗ୍ରେସ କ୍ଷୁବ୍ଧ । ଜଟଣୀ ବିଧାୟକଙ୍କ କାର୍ଯ୍ୟକଳାପରେ ଦଳ ଖପ୍ପା । ପୁଅ ବିଜେଡିରେ ମିଶିବା ଓ ସାଂସଦ ପ୍ରାର୍ଥୀ ହେବା ପରେ ଏମିତି ସ୍ଥିତି ହୋଇଛି । ସୁରଙ୍କ ବିରୋଧରେ ହୋଇପାରେ ଆକ୍ସନ ।

କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । କଂଗ୍ରେସରେ ଥାଇ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଥିଲେ ସୁରେଶ ରାଉତରାୟ । ଏହାପରେ ତାଙ୍କୁ ଜାରି ହୋଇଥିଲା ସୋ କଜ୍ ନୋଟିସ୍ । ଜବାବରେ ସୁର ଉଲ୍ଲେଖ କରିଥିଲେ, ଭୁବନେଶ୍ବର ଲୋକସଭା ଅଧୀନରେ ଆସୁଥିବା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପାଇଁ ପ୍ରଚାର କରିବେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.