ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି

ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୧ ଲୋକସଭା ଆସନରେ ୭ ଜଣ ମହିଳାଙ୍କୁ ଦଳ ଟିକେଟ୍ ଦେଇଛି । ଏମାନଙ୍କ ଭିତରେ ଅଛନ୍ତି ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଓ ଭଦ୍ରକରେ ମଞ୍ଜୁଲତା ମଣ୍ଡଳ ।

ଭୁବନେଶ୍ୱର : ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୧ ଲୋକସଭା ଆସନରେ ୭ ଜଣ ମହିଳାଙ୍କୁ ଦଳ ଟିକେଟ୍ ଦେଇଛି । ଏମାନଙ୍କ ଭିତରେ ଅଛନ୍ତି ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଓ ଭଦ୍ରକରେ ମଞ୍ଜୁଲତା ମଣ୍ଡଳ । ସେହିପରି କୋରାପୁଟରେ କୌଶଲ୍ୟା ହିକକାଙ୍କୁ ଦଳ ପ୍ରାର୍ଥୀ କରିଛି ।

ଆସ୍କାରେ ରଞ୍ଜିତା ସାହୁ, ବରଗଡ଼ରୁ ପରିଣିତା ମିଶ୍ର ଓ ବାଲେଶ୍ବରରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍ ଦେଇଛି ବିଜେଡି । ତାଲିକାରେ ୩ ଜଣ ବର୍ତ୍ତମାନର ସାଂସଦ ଥିବା ବେଳେ ୩ ଜଣ ନୂଆ ମୁହଁ । କେବଳ କୌଶଲ୍ୟା ହିକକା ଗତଥର ପ୍ରାର୍ଥୀ ହୋଇଥିଲେ । ସମସ୍ତ ୨୧ ଆସନରେ ବିଜେଡି ପ୍ରାର୍ଥୀ ଦେଇଛି । ବର୍ତ୍ତମାନର ୪ ଜଣ ସାଂସଦଙ୍କୁ ରିପିଟ୍ କରିଛି ଦଳ । କୌଶଲ୍ୟା ହିକକା ଓ ଅରୂପ ପଟ୍ଟନାୟକ ଗତଥର ହାରିଥିଲେ । ବାକି ୧୫ ଜଣ ୨୦୧୯ ନିର୍ବାଚନ ଲଢ଼ି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.