ଆଜିର ରାଶିଫଳ : ଏହି ରାଶିର ଲୋକେ ବାହାରକୁ ଯାତ୍ରା କରିବେ, ସମାଜରେ ମାନ ସମ୍ମାନ ବଢିବ

କାର୍ଯ୍ୟକ୍ଷେତ୍ରରେ କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ସମ୍ପତ୍ତି ବିବାଦରେ ବିଜୟ ଲାଭ କରିପାରନ୍ତି । ଧାର୍ମିକ ଯାତ୍ରାରେ ଯାଇପାରନ୍ତି ।

ମେଷ: ପିଲାମାନଙ୍କ ଯୋଗୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ପରିବାର ସଦସ୍ୟଙ୍କର ସହଯୋଗ ରହିବ । ପଇସା କେଉଁଠି ଅଟକିଥିଲେ, ତାହା ଆପଣଙ୍କୁ ମିଳିପାରେ । ପାରିବାରିକ ସମ୍ପର୍କରେ ଘନିଷ୍ଠତା ବଢ଼ିବ । ସମାଜରେ ସମ୍ମାନ ପାଇବେ ।

ବୃଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ, ନଚେତ୍‌ ଝଗଡ଼ା ହୋଇପାରେ  । ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା ସଫଳ ହେବ  ।

ମିଥୁନ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ଆର୍ଥିକ ଦିଗ ଦୃଢ଼ ହେବ । ସନ୍ତାନଙ୍କଠାରୁ ଶୁଭ ସମାଚାର ମିଳିବ । ଆଜିର ଦିନ ଲାଭଦାୟକ ରହିବ । ଅତ୍ୟଧିକ ତେଲ, ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଆର୍ଥିକ ମାମଲାରେ ସଫଳତା ମିଳିବ ।

କର୍କଟ: ଅଟକିଥିବା ଟଙ୍କା ପ୍ରାପ୍ତ ହେବ । ଚାକିରି ସନ୍ଧାନ ପୂରା ହୋଇପାରେ । ଆଜିର ଦିନ ସକାରାତ୍ମକ ପରିଣାମ ନେଇ ଆସିବ । ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ ।

ସିଂହ: ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ସମାପ୍ତ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ । ପାରିବାରିକ ସମ୍ପର୍କରେ ଘନିଷ୍ଠତା ବଢ଼ିବ । କୌଣସି ସ୍ଥାନରୁ ଗିଫ୍ଟ ମିଳିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କନ୍ୟା: ଆଜି ଆପଣ ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ାଇବେ । ଆପଣଙ୍କର ରଚନାତ୍ମକ ପ୍ରୟାସ ସଫଳ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଛୋଟ ଛୋଟ କଥାରେ ଜୀବନସାଥୀଙ୍କ ସହ ବିବାଦ ହୋଇପାରେ । ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିପାରେ ।

ତୁଳା: ଅନ୍ୟମାନଙ୍କ ସାହାଯ୍ୟରେ ଅଟକି ରହିଥିବା କାର୍ଯ୍ୟ ପୂରା ହେବ । ଆର୍ଥିକ ରୂପେ ଶାକ୍ତିଶାଳୀ ହେବେ । ସ୍ୱାମୀ କିମ୍ବା ସ୍ତ୍ରୀର ସହଯୋଗ ମିଳିବ । ସୃଜନଶୀଳ କାର୍ଯ୍ୟରେ ସଫଳତା ପାଇବେ ।

ବିଛା: ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ । ଟ୍ରାଫିକ ନିୟମ ପାଳନ କରନ୍ତୁ । ପାରିବାରିକ ଜୀବନ ଖୁସିରେ ଭରି ରହିବ । ବିଜନେସ୍‌ କରୁଥିବା ଲୋକଙ୍କୁ ବଡ଼ ଲାଭ ମିଳିପାରେ ।

ଧନୁ: ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ସରକାରୀ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଶାନ୍ତ ମନରେ କରାଯାଇଥିବା କାର୍ଯ୍ୟ ସଫଳ ହେବ ।

ମକର: ଯେଉଁ ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନେ ସଫଳତା ପାଇବେ । ଉଧାର ଧନ ଫେରିପାରେ । ଆଳସ୍ୟ ତ୍ୟାଗ କରନ୍ତୁ । ରଚନାତ୍ମକ ପ୍ରୟାସରେ ସଫଳତା ମିଳିବ ।

କୁମ୍ଭ: ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରୁହନ୍ତୁ । ସାନ ଭାଇ, ଭଉଣୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ସହ ବିବାଦ ହୋଇପାରେ । ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରିବେ । ନୂଆ କାମ ଆରମ୍ଭ କରିପାରନ୍ତି ।

ମୀନ: ଆଜି ପାରିବାରିକ ଜୀବନ ସୁଖରେ ଭରି ରହିବ । ଆର୍ଥିକ ସ୍ଥିତି ଦୃଢ଼ ହେବ । ପୂଜାପାଠ, ଭଜନ କୀର୍ତ୍ତନରେ ମନ ଲାଗିବ । ଚାକିରିଆଙ୍କୁ ପ୍ରମୋଶନ ମିଳିପାରେ । ଚାପ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.