ଆହତଜନିତ ସମସ୍ୟା ଯୋଗୁଁ ଶେଷ ହୋଇଯାଇଥାନ୍ତା କ୍ୟାରିଅର, ହେଲେ ଏମିତି କରିବେ କମବ୍ୟାକ୍‌

କ୍ରିକେଟ ଦୁନିଆର ମହାନ୍‌ ଖେଳାଳି ସଚିନ ତେନ୍ଦୁଲକରଙ୍କ ଆଜି ୫୧ବର୍ଷରେ ପାଦ ଦେଇଛନ୍ତି । କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । କେବେ ଥକି ନଥିବା ଏହି ଯାତ୍ରା ସମୟରେ ସଚିନ୍ ଏତେ ଇତିହାସ ରଚିଯାଇଛନ୍ତି ଯେ ତାଙ୍କୁ ‘କ୍ରିକେଟର ଭଗବାନ୍’ ବୋଲି କୁହାଯାଏ ।

କ୍ରିକେଟ ଦୁନିଆର ମହାନ୍‌ ଖେଳାଳି ସଚିନ ତେନ୍ଦୁଲକରଙ୍କ ଆଜି ୫୧ବର୍ଷରେ ପାଦ ଦେଇଛନ୍ତି । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା କମ୍ ଉଚ୍ଚତା ଥିବା ଏହି ଖେଳାଳି ନିଜ କ୍ୟାରିଅରରେ ଏତେ ବଡ ବଡ ରେକର୍ଡ କରିଛନ୍ତି ଯେ, ଯାହା ବିଷୟରେ କେହି ଭାବିବା ମଧ୍ୟ ସ୍ୱପ୍ନ । କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି ସଚିନ୍ ।

ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସେହି ଛୋଟ ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ ବ୍ୟାଟକୁ ଦେଇଥିଲେ ଆରାମ୍ । କେବେ ଥକି ନଥିବା ଏହି ଯାତ୍ରା ସମୟରେ ସଚିନ୍ ଏତେ ଇତିହାସ ରଚିଯାଇଛନ୍ତି ଯେ ତାଙ୍କୁ ‘କ୍ରିକେଟର ଭଗବାନ୍’ ବୋଲି କୁହାଯାଏ ।

୨୪ ଏପ୍ରିଲ୍ ୧୯୭୩ ଦିନ ପ୍ରାୟ ୧ଟା ବେଳକୁ ମୁମ୍ବାଇର ଶିବାଜୀ ପାର୍କ ରାଣାଡେ ରୋଡ ସ୍ଥିତ ନିର୍ମଳା ନର୍ସିଂ ହୋମରେ ସଚିନଙ୍କ ଜନ୍ମ ହୋଇଥିଲା । ସେହି ସମୟରେ ତାଙ୍କ ଓଜନ ମାତ୍ର ୨.୮୫ କିଲୋଗ୍ରାମ୍ ଥିଲା । କିନ୍ତୁ ଆଗକୁ ଯାଇ ସେହି ଶିଶୁ କ୍ରିକେଟର ବନିଗଲା ଯୁଗପୁରଷ । ମୁମ୍ବାଇର ବାନ୍ଦ୍ରାରେ ଥିବା ସାହିତ୍ୟ ସହବାସ କଲୋନୀରେ ସଚିନଙ୍କ ପିଲାଦିନ ବିତିଛି। ଛୋଟବେଳରୁ କ୍ରିକେଟ ପ୍ରତି ସଉକ ରଖୁଥିଲେ ଏବଂ ବହୁତ ଦୁଷ୍ଟ ଥିଲେ ସଚିନ । ସଚିନ ବିନୋଦ କାମ୍ବଲିଙ୍କ ସହିତ ସ୍କୁଲ କ୍ରିକେଟରେ ହିଁ ଓ୍ଵାଲର୍ଡ ରେକର୍ଡ କରିଥିଲେ। ଦୁହେଁ ଶାରତାଶ୍ରମ ସ୍କୁଲ ପାଇଁ ଖେଳି ତୃତୀୟ ଓ୍ଵିକେଟର ୬୬୪ ରନ୍ କରିଥିଲେ।

ସଚିନ୍ ୨୪ ନଭେମ୍ବର ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ (୫୯) ରନ୍ କରିଥିଲେ । ପାକିସ୍ତାନ୍ ବିପକ୍ଷରେ ନିଜର ପ୍ରଥମ ପାଳିରେ ହିଁ ସବୁଠାରୁ କମ୍ ବୟସରେ ଏହି କାରନାମା କରିଦେଖାଇଥିଲେ ସଚିନ୍ । ୨୪ ଫେବ୍ରୁଆରୀ ୨୦୧୦ରେ ଗ୍ୱାଲିୟରର କ୍ୟାପଟେନ୍ ରୁପ୍ ସିଂହ ଷ୍ଟାଡିୟମରେ ଏକ ଐତିହାସିକ ଇନିଂସ୍ ଖେଳିଥିଲେ । ଯାହା ବିଷୟରେ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ୨୦୦ରନର ଏକ ଦମଦାର ଇନିଂସ୍ ଖେଳି ଦିନିକିଆ କ୍ରିକେଟର ୩୯ ବର୍ଷର ଇତିହାସରେ ପ୍ରଥମ ଦ୍ୱିଶତକ ଲଗାଇଥିଲେ ।

ମାତ୍ର ୧୭ ବର୍ଷ ବୟସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଶତକ କରିଥିଲେ ସଚିନ। ସେ ଏହି ମ୍ୟାଚରେ ଦ୍ୱିତୀୟ ପାଳିରେ ୧୧୯ ରନ୍ କରିଥିଲେ। ପ୍ରଥମ ପାଳିରେ ୬୮ ରନ୍ କରିଥିଲେ। ଦିନିକିଆ ମ୍ୟାଚରେ ୧୯୯୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଶତକ ମାରିଥିଲେ ।

ସଚିନ ତେନ୍ଦୁଲକର ଏବଂ ଇନଜୁରୀର ପୁରୁଣା ସଂପର୍କ ରହିଛି । ଆହତଜନିତ ସମସ୍ୟା ଯୋଗୁଁ ୨୦୦୪-୦୬ରେ ସଚିନ ଟେନିସ ଏଲବୋ ଆହତ ଯୋଗୁଁ କ୍ୟାରିଅର ଶେଷ ଅବସ୍ଥା ହୋଇଯାଇଥିଲା । ବଲ୍‌ ଧରିବାକୁ ମଧ୍ୟ ସଚିନଙ୍କୁ କଷ୍ଟ ଲାଗୁଥିଲା । ଆଉ ଏଥିପାଇଁ ସେ ୧୮ଟି ଟେଷ୍ଟ ମ୍ୟାଚରେ ୪୧ ଏବଂ ୨୪ଟି ଦିନିକିଆ ମ୍ୟାଚରେ ୩୫ ପ୍ରତିଶତରେ ବୋଲିଂ କରିଥିଲେ । ହେଲେ ହାରମାନିନଥିଲେ । ତା’ ପରେ ଦିନିକିଆ ମ୍ୟାଚରେ ପ୍ରଥମ ଦ୍ୱିଶତକ ମାରିଥିଲେ ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୬୪ଟି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ମଧ୍ୟରେ ୩୪,୩୫୭ ରନ କରିଥିଲେ । ଏହି ସମୟରେ ସଚିନ ୧୦୦ଟି ଶତକ ଏବଂ ୧୬୪ ଅର୍ଦ୍ଧଶତକ କରିଥିଲେ । ଏହାସହିତ ନିଜ ନାମରେ ୨୦୧ରେ ଓ୍ଵିକେଟ ମଧ୍ୟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.