ଲଜ୍ଜା ! ପ୍ରେମୀ ଯୋଡିଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥା ବୁଲାଇଲେ, ଆଉ ଭିଡିଓ କରି ସୋସିଆଲ୍ ମିଡିଆରେ କଲେ ଭାଇରାଲ୍

ଝାଡ଼ଖଣ୍ଡ : ଦୁମକା ଜିଲ୍ଲା ସରେୟାହାଟ ଥାନା ଅନ୍ତର୍ଗତ କନକୀୟା ଗାଁରେ ଏପରି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିବ । ଏହି ଗାଁରେ ଏକ ପ୍ରେମୀ ଯୋଡିଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ସାରା ବଜାର ବୁଲାଇବା ସହିତ ଉକ୍ତ ଘଟଣାର ଭିଡିଓ କରି ହ୍ଵାଟ୍‌ସଆପ୍‌ରେ ଭାଇରାଲ କରିବା ଭଳି ଅମାନବୀୟ ଘଟଣା ସମ୍ନାକୁ ଆସିଛି।

ପୋଲିସ୍ ଅଧୀକ୍ଷକ ୱାଇ.ଏସ୍ ରମେଶ କହିଛନ୍ତି କି, କନକୀୟା ଗାଁରେ ବୁଧବାର ରାତିରେ ପୀଡିତାଙ୍କ ଦାଦାଙ୍କ ଝିଅର ବିବାହ ଥିଲା । ପରିବାର ଲୋକେ ଯେତେବେଳେ ବିବାହରେ ମସଗୁଲ୍ ଥିଲେ ସେହି ସମୟରେ ଗାଁ ଲୋକେ ଧାନ କ୍ଷେତ ଭିତରେ ଜଣେ ଯୁବକଙ୍କ ସହିତ କିଶୋରୀ ଜଣଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଯୁବକମାନେ ଏହି ପ୍ରେମୀ ଯୋଡିଙ୍କୁ ମାରପିଟ୍ କହିବା ସହିତ ଉଭୟଙ୍କ ପୋଷାକ ଚିରି ଦେଇଥିଲେ । ତେବେ ଏପରି ଅବସ୍ଥାରେ ଉଭୟଙ୍କୁ ଯୁବକମାନେ ରାତି ସାରା ରଖିବା ପରେ ଗୁରୁବାର ସକାଳେ ଦୁହିଁଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଚାରିଆଡେ ବୁଲାଇବା ସହିତ ଥାନା ଆଗରେ ଛାଡି ଦେଇଥିଲେ । ଏହି ସମୟରେ କିଛି ଲୋକେ କେବଳ ଏହାର ଭିଡିଓ କରିବା ସହିତ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରି ଦେଇଥିଲେ ।

ସରେୟାହାଟ ପୋଲିସ୍ ପୀଡିତାଙ୍କ ବୟାନ ରେକର୍ଡ କରିବା ସହିତ ପସ୍କୋ ଆକ୍ଟ ଅନୁଯାୟୀ ଧାରା ୩୭୬(୨ଏନ୍) ରୁଜୁ କରିବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପୋଲିସ୍ ଅଧୀକ୍ଷକ ଶ୍ରୀ ରମେଶ ଘଟଣାର କଡା ନିନ୍ଦା କରବା ସହିତ ଏହା ବହୁତ ଲଜ୍ଜାଜନକ ଘଟଣା ବୋଲି କହିବା ସହ ଏପରି କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago