Categories: ସ୍ପେଶାଲ

ଆପଣ କରୁଛନ୍ତି କି ଯୋଗିନୀ ଏକାଦଶୀ, ତେବେ ଜାଣନ୍ତୁ ଏହାର ମହତ୍ବ

ଆଷାଢ ମାସର କୃଷ୍ଣ ପକ୍ଷ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ ବ୍ରତ କରିବାର ବିଧାନ ରହିଛି। ଚଳିତ ବର୍ଷ ଏହି ବ୍ରତ ୨୯ ଜୁନରେ ପଡୁଛି। ପରମେଶ୍ବର ଶ୍ରୀ ବିଷ୍ଣୁ ମାନବ କଲ୍ୟାଣ ପାଇଁ ନିଜର ଶରୀରରୁ ପୁରୁଷୋତ୍ତମ ମାସର ଏକାଦଶୀକୁ ମିଶାଇ ସମୁଦାୟ ୨୬ଟି ଏକାଦଶୀ ପ୍ରକଟ କରିଛନ୍ତି। କୃଷ୍ଣ ଓ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀର ନାମ ଏବଂ ତାର ଗୁଣ ଅନୁସାରେ ନାମକରଣ କରାଯାଇଥାଏ। ସମସ୍ତ ଏକାଦଶୀରେ ନାରାୟଣ ସମତୁଲ୍ୟ ଫଳ ପ୍ରଦାନ କରିଥାନ୍ତି। ଭଗବାନ ସମସ୍ତ ଭକ୍ତମାନଙ୍କର ମନସ୍କାମନା ପୂରଣ କରି ବିଷ୍ଣୁ ଲୋକରେ ପହଞ୍ଚାଇଥାନ୍ତି। ଏହି ସମସ୍ତ ଏକାଦଶୀ ମଧ୍ୟରେ ‘ଯୋଗିନୀ ଏକାଦଶୀ’ ସ୍ବତନ୍ତ୍ର। ଏହି ଏକାଦଶୀ ଦିନ ଉପବାସ କଲେ ଭଗବାନ ସମସ୍ତ ପ୍ରକାର ଅପଯଶ ଏବଂ ଚର୍ମ ରୋଗ ମୁକ୍ତି ମିଳିଥାଏ।

ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହିତ ଅଶ୍ବସ୍ତ ବା ଓସ୍ତ ବୃକ୍ଷ ମଧ୍ୟ ପୂଜା କରାଯାଇଥାଏ। ଭକ୍ତମାନେ ଏହି ଦିନ ଉପବାସ କରିବା ସହ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଉଚ୍ଚାରଣ କରି ସ୍ନାନ କରାଇବା ଉଚିତ। ଏହା ବ୍ୟତୀତ ଭଗବାନଙ୍କୁ ଧୂପ-ଦୀପ, ବସ୍ତ୍ର, ଚନ୍ଦନ, ଅକ୍ଷତ, ନୈବେଦ୍ୟ ଆଦି ଅର୍ପଣ କରିବା ଉଚିତ। ପଦ୍ମ ପୁରାଣ ଅନୁଯାୟୀ ଯୋଗିନୀ ଏକାଦଶୀ ସମସ୍ତ ପାପକୁ ବିନାଶ କରିଥାଏ। ଏହା ଶରୀରର ସମସ୍ତ ବ୍ୟାଧିକୁ ନଷ୍ଟ କରିବା ସହ ସୁନ୍ଦର ରୂପ, ଗୁଣ ଏବଂ ଯଶ ଦେଇଥାଏ। ଏହି ବ୍ରତର ଫଳ ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ସମାନ ହୋଇଥାଏ।

ଏହି ଏକାଦଶୀ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଗୋଟିଏ କଥା କହିଥିଲେ, ଅଲକାପୁରୀର ରାଜା କୁବେର ଏକ ଘଟଣାରେ ତାଙ୍କ ମାଳିକୁ ଅଭିଶାପ ଦେଇଥିଲେ । ଯେଉଁଥିରେ ମାଳି କୁଷ୍ଠ ରୋଗରେ ପୀଡ଼ିତ ହୋଇ ସେ ମାର୍କଣ୍ଡେୟ ଋଷିଙ୍କ ଆଶ୍ରମରେ ପହଞ୍ଚିଥିଲେ। ସେହି ସମୟରେ ଋଷି ତପସ୍ୟା ବଳରେ ତାଙ୍କ ଦୁଃଖ ଜାଣିପାରି ତାଙ୍କୁ ଯୋଗିନୀ ଏକାଦଶୀ ଉପବାସ କରିବା ପାଇଁ ଆଦେଶ ଦେଇଥିଲେ। ଋଷି କଥା ଅନୁଯାୟୀ ମାଳି ଏହି ବ୍ରତ ପାଳନ କରିବା ପରେ ଦିବ୍ୟ ଶରୀର ଧାରଣ କରି ସ୍ବର୍ଗ ଲୋକ ଚାଲି ଯାଇଥିଲେ।

KNews Bureau

Recent Posts

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

7 mins ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

8 mins ago

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

46 mins ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

1 hour ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

2 hours ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

2 hours ago