ପୁଣି ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବା ଜଣାପଡିଛି । ଭୂକମ୍ପ ଇଣ୍ଡୋନେସିଆର ପାପୁଆ ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ, ପାପୁଆ ପ୍ରଦେଶର ରାଜଧାନୀ ଜୟପୁରାର ଉପଜିଲ୍ଲା ଆବେପୁରାଠାରୁ ୧୬୨ କିଲୋମିଟର ଉତ୍ତର-ପୂର୍ବଦିଗରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।
ଇଣ୍ଡୋନେସିଆର ପାଣିପାଗ ବିଜ୍ଞାନ, ଜଳବାୟୁ ବିଜ୍ଞାନ ଏବଂ ଜିଓଫିଜିକାଲ ଏଜେନ୍ସି କହିଛି ଯେ, ସୁନାମିର କୌଣସି ବିପଦ ନାହିଁ କିନ୍ତୁ ଭୂମିକମ୍ପ ସ୍ଥଳଭାଗରେ କେନ୍ଦ୍ରୀଭୂତ ହୋଇଥିବାରୁ ସମ୍ଭାବ୍ୟ ପରବର୍ତ୍ତୀ ଝଟକା ନେଇ ସତର୍କ କରାଇଦେଇଛନ୍ତି ।
ସୂଚନାଯୋଗ୍ୟ, ଇଣ୍ଡୋନେସିଆର ହଲ୍ମାହେରା ଦ୍ୱୀପରେ ୬.୨ ତୀବ୍ରତା ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂମିର ପ୍ରାୟ ୧୨୦ କିଲୋମିଟର ଗଭୀରରେ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲା ।
ଅନେକ ଦ୍ୱୀପପୁଞ୍ଜର ଦେଶ ହେଉଛି ଇଣ୍ଡୋନେସିଆ । ଏହାର ଜନସଂଖ୍ୟା ୨୭ କୋଟିରୁ ଅଧିକ । ରିଙ୍ଗ ଅଫ୍ ଫାୟାରରେ ଏହାର ଅବସ୍ଥାନ ହେତୁ ଏହି ଦେଶରେ ପ୍ରାୟତଃ ଭୂମିକମ୍ପ ଏବଂ ଆଗ୍ନେୟଗିରି ବିସ୍ଫୋରଣ ହୋଇଥାଏ । ରିଙ୍ଗ ଅଫ ଫାୟର ପ୍ରଶାନ୍ତ, କୋକୋସ, ଭାରତୀୟ- ଅଷ୍ଟ୍ରେଲିଆ, ଜୁଆଡ ଡେ ଫୁକା, ନାଜକା, ଉତ୍ତର ଆମେରିକା ଏବଂ ଫିଲିପିନ ଟେକ୍ଟୋନିକ ପ୍ଲେଟସ ପରସ୍ପର ସହ ଜଡିତ ରହିଛି ।
ରିଙ୍ଗ ଅଫ ଫାୟର ଉପରେ ଇଣ୍ଡୋନେସିଆ, ପାପୁଆ ନ୍ୟୁ ଗିନି, ଚିଲ୍ଲୀ, ଇକ୍ୱାଡୋର, ପେରୁ, ରୁଷ, ଜାପାନ, ଫିଲିପିନ୍ସ, ଅଷ୍ଟ୍ରେଲିଆ, କୋଷ୍ଟରିକା, ନ୍ୟୁଜିଲାଣ୍ଡ, ଗେ୍ଵାଟେମାଲା, ମେକ୍ସିକୋ, କାନାଡା ଏବଂ ଆର୍ଣ୍ଟାକାଟିକା ରହିଛି । ଗତବର୍ଷ ଇଣ୍ଡୋନେସିଆର ପଶ୍ଚିମ ଜାଭାର ସିୟାନଜୁର୍ ସହରରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୩୩୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦୦ ଲୋକ ଆହତ ହୋଇଥିଲେ ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…