ଦେଶ ବିଦେଶ

ଦିଲ୍ଲୀ ମଦ ଦୁର୍ନୀତି: ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ EDର ଦ୍ୱିତୀୟ ସମନ, ଡିସେମ୍ବର ୨୧ରେ ହାଜର ପାଇଁ ନୋଟିସ୍‌

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣିଥରେ ନୋଟିସ୍‌ ପଠାଇଛି। ଇଡି ତାଙ୍କୁ ନୋଟିସ୍‌ ଜାରି କରି ଡିସେମ୍ବର ୨୧ରେ ହାଜର ହେବାକୁ କହିଛି। ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ଏହା ହେଉଛି ଇଡିର ଦ୍ୱିତୀୟ ସମନ। ପୂର୍ବରୁ ଡିସେମ୍ବର ୨ରେ ମଧ୍ୟ ଇଡି ନୋଟିସ୍‌ ପଠାଇଥିଲା। କିନ୍ତୁ କେଜ୍ରିଓ୍ଵାଲ ଏହାକୁ ବେଆଇନ ବୋଲି କହି ନୋଟିସ୍‌ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଏବଂ ଇଡିରେ ହାଜର ହୋଇ ନ ଥିଲେ।

ତେବେ ଇଡି କେଜ୍ରିଓ୍ଵାଲଙ୍କୁ ଏମିତି ସମୟରେ ସମନ ପଠାଇଛି, ଯେତେବେଳେ କି, ସେ ବିପଶନ ପାଇଁ ଯାଉଛନ୍ତି। ଡିସେମ୍ବର ୧୯ରେ କେଜ୍ରିଓ୍ଵାଲ ବିପଶନ ପାଇଁ ଯାତ୍ରାରେ ବାହାରିବେ। ପ୍ରତ୍ୟେକ ବର୍ଷ ସେ ୧୦ ଦିନିଆ ଧ୍ୟାନ କୋର୍ସ କରିବା ପାଇଁ ଯାଆନ୍ତି। ଚଳିତ ବର୍ଷ ମଧ୍ୟ ସେ ଡିସେମ୍ବର ୧୯ରୁ ୩୦ ପର୍ଯ୍ୟନ୍ତ ବିପଶନରେ ରହିବେ।

ଅଧିକାରୀ ସୂତ୍ରରୁ ଜଣାପଡ଼ିଛି, କେଜ୍ରିଓ୍ଵାଲ ବିଧାନସଭା ଶୀତ ଅଧିବେଶନ ସମାପ୍ତ ହେବାର ଦିନକ ପରେ ଦିଲ୍ଲୀରୁ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ବିପଶନ ଅଭ୍ୟାସ କରୁଛନ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ସେ ବେଙ୍ଗାଲୁରୁ ଓ ଜୟପୁର ସମେତ ଅନେକ ସ୍ଥାନକୁ ଯାଇସାରିଛନ୍ତି।

କହି ରଖୁଛୁ, ୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂଆ ମଦ ନୀତି ଘୋଷଣା କରିଥିଲେ। ସେହିବର୍ଷ ନଭେମ୍ବର ୧୭ରେ ନୂଆ ମଦ ନୀତି ଅର୍ଥାତ୍‌ ମଦ ନୀତି ୨୦୨୧-୨୨ ଲାଗୁ କରାଯାଇଥିଲା। ନୂଆ ମଦ ନୀତି ଆଣିବା ପଛରେ ସରକାର ତର୍କ ଦେଇଥିଲେ କି, ଏହାଦ୍ୱାରା ମାଫିଆ ରାଜ୍‌ ଶେଷ ହେବ ଏବଂ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଇବ।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

8 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

14 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago