ଦେଶ ବିଦେଶ

ଆମେରିକା : ଘରେ ପଶି ୮ ଜଣକୁ ଗୁଳିକରି ହତ୍ୟା, ୫ ପିଲାଙ୍କ ମୃତଦେହ ଉଦ୍ଧାର

ଆମେରିକାର ୟୁଟାରେ ଗୁଳିକାଣ୍ଡ ଘଟଣାରେ ୮ ମୃତ୍ୟୁ ହୋଇଛି । ୮ ମୃତକଙ୍କ ମଧ୍ୟରେ ୫ ଜଣ ପିଲା ରହିଛନ୍ତି । ଏପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡିନାହିଁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୁଳିକାଣ୍ଡ ହୋଇଥିବା ଅଞ୍ଚଳରେ ପାଖାପାଖି ୮୦୦୦ ଲୋକ ରୁହନ୍ତି। ତେବେ ଘରେ କେହି ପଶି କିଭଳି ଗୁଳିକାଣ୍ଡ ଘଟଣା ଘଟାଇଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଗୁଳି କିଏ ଚଳାଇଛି ଆଉ କ’ଣ ପାଇଁ ଚଳାଇଛି, ତାହାକୁ ନେଇ ଯାଞ୍ଚ କରାଯାଉଛି। ତେବେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ନୂଆବର୍ଷ ପରଠାରୁ ମାତ୍ର ୩ ଦିନରେ ଏପର୍ଯ୍ୟନ୍ତ ଗୁଳିକାଣ୍ଡରେ ୧୩୦ ଜଣ ପ୍ରାଣ ହରାଇସାରିଲେଣି । ୩୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଖ୍ରୀଷ୍ଟମାସ ପୂର୍ବରୁ ଆମେରିକାର ଏକ ମଲ୍‌ରେ ଗୁଳିକାଣ୍ଡ ହୋଇଥିଲା।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ ହେଇଥିଲା। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହେଇଥିଲା। ଆମେରିକାର ମଧ୍ୟ ପଶ୍ଚିମ ମସୌରୀର ସେଣ୍ଟ ଲୁଇସ ହାଇସ୍କୁଲ ଭିତରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୁଳିକାଣ୍ଡ କରିଥିଲେ। ଏହି ଘଟଣା ସମୟରେ ଅନେକ ସମୟରେ ଅନେକ ଛାତ୍ରଛାତ୍ରୀ ନିଜ ଶ୍ରେଣୀରେ ବନ୍ଦ ରହିଥିଲେ।

ସେପ୍ଟେମ୍ବରରେ ଆମେରିକାର ଟେନେସୀ ପ୍ରାନ୍ତର ମେମ୍ଫିସ୍‌ରେ ଆଖିବୁଜା ଗୁଳିଚାଳନା କରିଥିଲା ଜଣେ ଯୁବକ। ଏହି ଘଟଣାରେ ୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଥିଲେ।

ସେହିପରି ଜୁନ ୯ରେ  ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡ ହେଇଥିଲା। ଏହି ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିଲା । ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଥିଲେ। ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ।।

ମଇ ମାସରେ ଆମେରିକାର ଟେକ୍ସାସ ସ୍କୁଲରେ ଫାୟାରିଂ ହେବା ଯୋଗୁଁ ୧୮ ପିଲାଙ୍କ ସମସେତ ୨୧ ଜଣଙ୍କର ଜୀବନ ଚାଲିଯାଇଥିଲା। ସ୍କୁଲ ଭିତରେ ପଶି ୧୮ ବର୍ଷୀୟ ଜଣେ ଯୁବକ ଫାୟାରିଂ କରିଥିଲେ। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ଗୁଳିମାରିଥିଲା ଯୁବକ।

 

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

5 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

6 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

10 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

32 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

40 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

47 mins ago