କ୍ରୀଡା

ପୋଲିସ ଷ୍ଟେସନରେ ସଢୁଛି ବିରାଟ କୋହଲିଙ୍କ Audi R8 ! ଜାଣନ୍ତୁ କ’ଣ ରହିଛି ମାମଲା

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଗାଡିର ଅଧିକ ସଉକ ରହିଛି । ବିଭିନ୍ନ ପ୍ରକାରର ଦାମୀ କାର୍‌ ରଖିବାର ଇଚ୍ଛା ରଖିଥାନ୍ତି । ଏହାଛଡା ଅଡି ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି ବିରାଟ । ବିରାଟଙ୍କ ଗ୍ୟାରେଜରେ ଅନେକ ନାମୀଦାମୀ ଅଡି କାର ସବୁ ରହିଛି। କେବଳ ଅଡି ନୁହେଁ ଅନ୍ୟ କମ୍ପାନୀର କାର୍‌ ଏବଂ ଏସୟୁଭି ମଧ୍ୟ ରହିଛି। ତେବେ ବିରାଟଙ୍କର Audi R8 କାର୍‌ ଏବେ ପୋଲିସ ଷ୍ଟେସନରେ ସଢୁଛି। ଏକଥା ଜାଣିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । କିନ୍ତୁ ପ୍ରକୃତରେ ଏହା ଏବେ ବିରାଟଙ୍କ କାର୍‌ ହୋଇ ନାହିଁ। ଏବେ କାରର ମାଲିକ ନାହାନ୍ତି ବିରାଟ। ବିରାଟ ଏହି କାରକୁ ବିକ୍ରି କରିଦେଇଛନ୍ତି । ଯାହା ଏବେ କୌଣସି ମାମଲା ନେଇ ଥାନାରେ ପଡିଛି ।

କଥା କ’ଣ କି, ବିରାଟଙ୍କୁ ଅନେକ ନୂଆ କାର ଗିଫ୍ଟ ମିଳେ । ଆଉ କିଛି ଗାଡି ସେ ନିଜେ କିଣନ୍ତି। ତେବେ ବିରାଟ କୌଣସି ନୂଆ ଗାଡି କିଣିଲେ ପୁରୁଣା ଗାଡିକୁ ବିକ୍ରି କରିଦେଇଥାନ୍ତି । ଆଉ ବିରାଟ ମହାରାଷ୍ଟ୍ର ପୋଲିସ ଷ୍ଟେସନରେ ଥିବାAudi R8 କୁ ବିକ୍ରି କରିଦେଇଛନ୍ତି । ଏହି ଗାଡି ବିରାଟଙ୍କ ପାଖରେ ୨୦୧୨ରେ ଥିଲା। ଆଉ ସେ ୨୦୧୬ରେ ଜଣେ ବ୍ରୋକର ଜରିଆରେ ସାଗର ଠକ୍କର ନାମକ ଜଣେ ବ୍ୟକ୍ତିଙ୍କୁ ଏହାକୁ ବିକ୍ରି କରିଦେଇଥିଲେ ।

ତେବେ ସାଗର ଜଣେ ଅପରାଧୀ ବୋଲି ପରେ ସୂଚନା ମିଳିଥିଲା । ତାଙ୍କ ନାମରେ ପୋଲିସ ଷ୍ଟେସନରେ ଅନେକ କେସ୍‌ ରହିଛି । ଏକ ବଡ ସ୍କାମରେ ସାଗର ସଂପୃକ୍ତ ଥିବା ଜଣାପଡିଛି ।Audi R8 କୁ ସାଗର ନିଜ ପ୍ରେମିକାଙ୍କୁ ଗିଫ୍ଟ ଦେବା ପାଇଁ ବିରାଟଙ୍କ ଠାରୁ କିଣିଥିଲେ । ପୋଲିସ ଏହା ଜାଣିବା ପରେ ସାଗରଙ୍କୁ ଗିରଫ କରିଥିଲା।

ସାଗର ଠକ୍କର ଏକ ବଡ କଲ ସେଣ୍ଟର ଘୋଟାଲାରେ ସାମିଲ ଥିଲା। ମୁମ୍ବାଇ ପୋଲିସ ସାଗରଙ୍କୁ ଗିରଫ କରିବା ପରେ ତାଙ୍କ ସମସ୍ତ ସଂପତ୍ତିକୁ ଜବତ କରିଥିଲା। ଯାହା କାରଣରୁ ବିରାଟଙ୍କ Audi R8 ମଧ୍ୟ ଥାନାରେ ପଡିରହିଛି । ପୋଲିସ ଷ୍ଟେସନରେ ସଢୁଛି । ଯାହାର ଫଟୋ ଅନେକ ସମୟରେ ଭାଇରଲ ହେଉଛି । ତେବେ ସାଗର ବିରାଟଙ୍କ ଠାରୁ ୨.୫ କୋଟିରେ ଏହି କାର କିଣିଥିଲେ । ତେବେ ଏବେ ସେହି କାର ସହିତ ବିରାଟଙ୍କର କୌଣସି ସଂପର୍କ ନାହିଁ। ବିରାଟ କେବଳ ଏହି କାରକୁ ସାଗରକୁ ବିକ୍ରି କରିଥିଲେ । ସାଗର ଗିରଫ ହେବା ପରେ ସବୁ ସଂପତ୍ତି ଜବତ ହେବା ପରେ କାରକୁ ମଧ୍ୟ ପୋଲିସ ଜବତ କରିଥିଲା। ଯେଉଁଥିପାଇଁ ଏବେ ଥାନାରେ ସଢୁଛି ଏହି ଦାମୀ କାର ।

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

8 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

9 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

13 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

36 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 mins ago