ଦେଶ ବିଦେଶ

ପିଲାଙ୍କୁ ଦିଆଯାଉଥିବା କଫ୍‌ ସିରପ୍‌ ପାଇଁ ଯାଉଛି ଜୀବନ, ୮ଟି ରାଜ୍ୟରେ ହେଲା ବ୍ୟାନ୍‌

କୋଲ୍ଡ ବେଷ୍ଟ-ପିସି (Coldbest-PC) ନାମକ କଫ୍‌ ସିରପ୍‌ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି। ଯାହା ବ୍ୟାନ୍‌ ହେବା ପରେ ମଧ୍ୟ ମାର୍କେଟ୍‌ ରେ ଚୋରାରେ ବିକ୍ରି ହେଉଛି। ବାସ୍ତବରେ କାଶ ଏବଂ ଥଣ୍ଡା ସମୟରେ ଦିଆଯାଉଥିବା ଏହି ସିରପ୍‌ରେ ବିଷଧର ରସାୟନ ମିଳିଛି। ଯେଉଁ କାରଣରୁ ଜମ୍ମୁର ଉଦୟପୁରରେ ୯ଜଣ ପିଲାଙ୍କ ଜୀବନ ଚାଲିଯିବା ସହ ଅନେକ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସିରପ୍‌ କିଣିବା ଏବଂ ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏଥିସହ ୮ଟି ରାଜ୍ୟରୁ ଏହି କଫ୍‌ ସିରପ୍‌ର ୫ହଜାର ବୋତଲ ପୂନର୍ବାର ଫେରସ୍ତ ପାଇଁ ଦାବି କରାଯାଇଛି।

ସୂଚନା ମୁତାବକ ଏହି କଫ୍‌ ସିରପ୍‌ ହିମାଚଳ ପ୍ରଦେଶର ଫାର୍ମାସ୍ୟୁଟିକଲ୍ସ କମ୍ପାନୀ Digital Vision ତିଆରି କରିଥାଏ, ଯାହାର ବିକ୍ରି ପ୍ରଦେଶ ସମେତ ୭ଟି ରାଜ୍ୟରେ ମଧ୍ୟ ହୋଇଥାଏ। ଜମ୍ମୁ ଏବଂ କଶ୍ମୀରର ଡ୍ରଗ ଆଣ୍ଡ ଫୁଡ୍‌ କଣ୍ଟ୍ରୋଲ ଅର୍ଗାନାଇଜେସନର ଆସିଷ୍ଟାଣ୍ଡ ଡ୍ରଗ୍ସକଣ୍ଟ୍ରୋଲର ସୁରିଂଦର ମୋହନଙ୍କ କହିବାନୁଯାୟୀ ଗତ ଡିସେମ୍ବର ୨୦୧୯ର ଶେଷ ଦିନ ଏବଂ ଚଳିତ ବର୍ଷ ୧୭ ଜାନୁଆରୀ ମଧ୍ୟରେ ଜମ୍ମୁ ଏବଂ କଶ୍ମୀରରେ ଗୋଟେ ପରେ ଗୋଟେ ୯ ଜଣ ପିଲାଙ୍କ ମୃତ୍ୟୁ ହୋଇସାରିଛି।

ସମସ୍ତ ପିଲାଙ୍କ ମୃତ୍ୟୁ ପଛରେ ଗୋଟିଏ କାରଣ ରହିଛି ସମସ୍ତେ Coldbest-PC ପିଇଥିଲେ, ଯାହାପରେ ଚଣ୍ଡିଗଢରେ ସିରପ୍‌ ର ଯାଞ୍ଚ କରାଯାଇଥିଲା। ଏହାପରେ ରିପୋର୍ଟ ଆସିଥିଲା ଏହି ସିରପ୍‌ ରେ ଡାଇ ଇଥାଇଲିନ୍‌ ଗ୍ଲାଇକୋଲର ମାତ୍ରା ଅସନ୍ତୁଳିତ ରହିଛି, ଯାହା ମାନବ ଶରୀର ପାଇଁ ହାନିକାରକ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago