ପିଲାଙ୍କୁ ଦିଆଯାଉଥିବା କଫ୍‌ ସିରପ୍‌ ପାଇଁ ଯାଉଛି ଜୀବନ, ୮ଟି ରାଜ୍ୟରେ ହେଲା ବ୍ୟାନ୍‌

କୋଲ୍ଡ ବେଷ୍ଟ-ପିସି (Coldbest-PC) ନାମକ କଫ୍‌ ସିରପ୍‌ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି। ଯାହା ବ୍ୟାନ୍‌ ହେବା ପରେ ମଧ୍ୟ ମାର୍କେଟ୍‌ ରେ ଚୋରାରେ ବିକ୍ରି ହେଉଛି। ବାସ୍ତବରେ କାଶ ଏବଂ ଥଣ୍ଡା ସମୟରେ ଦିଆଯାଉଥିବା ଏହି ସିରପ୍‌ରେ ବିଷଧର ରସାୟନ ମିଳିଛି। ଯେଉଁ କାରଣରୁ ଜମ୍ମୁର ଉଦୟପୁରରେ ୯ଜଣ ପିଲାଙ୍କ ଜୀବନ ଚାଲିଯିବା ସହ ଅନେକ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସିରପ୍‌ କିଣିବା ଏବଂ ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏଥିସହ ୮ଟି ରାଜ୍ୟରୁ ଏହି କଫ୍‌ ସିରପ୍‌ର ୫ହଜାର ବୋତଲ ପୂନର୍ବାର ଫେରସ୍ତ ପାଇଁ ଦାବି କରାଯାଇଛି।

caughସୂଚନା ମୁତାବକ ଏହି କଫ୍‌ ସିରପ୍‌ ହିମାଚଳ ପ୍ରଦେଶର ଫାର୍ମାସ୍ୟୁଟିକଲ୍ସ କମ୍ପାନୀ Digital Vision ତିଆରି କରିଥାଏ, ଯାହାର ବିକ୍ରି ପ୍ରଦେଶ ସମେତ ୭ଟି ରାଜ୍ୟରେ ମଧ୍ୟ ହୋଇଥାଏ। ଜମ୍ମୁ ଏବଂ କଶ୍ମୀରର ଡ୍ରଗ ଆଣ୍ଡ ଫୁଡ୍‌ କଣ୍ଟ୍ରୋଲ ଅର୍ଗାନାଇଜେସନର ଆସିଷ୍ଟାଣ୍ଡ ଡ୍ରଗ୍ସକଣ୍ଟ୍ରୋଲର ସୁରିଂଦର ମୋହନଙ୍କ କହିବାନୁଯାୟୀ ଗତ ଡିସେମ୍ବର ୨୦୧୯ର ଶେଷ ଦିନ ଏବଂ ଚଳିତ ବର୍ଷ ୧୭ ଜାନୁଆରୀ ମଧ୍ୟରେ ଜମ୍ମୁ ଏବଂ କଶ୍ମୀରରେ ଗୋଟେ ପରେ ଗୋଟେ ୯ ଜଣ ପିଲାଙ୍କ ମୃତ୍ୟୁ ହୋଇସାରିଛି।

caugh syrup-ସମସ୍ତ ପିଲାଙ୍କ ମୃତ୍ୟୁ ପଛରେ ଗୋଟିଏ କାରଣ ରହିଛି ସମସ୍ତେ Coldbest-PC ପିଇଥିଲେ, ଯାହାପରେ ଚଣ୍ଡିଗଢରେ ସିରପ୍‌ ର ଯାଞ୍ଚ କରାଯାଇଥିଲା। ଏହାପରେ ରିପୋର୍ଟ ଆସିଥିଲା ଏହି ସିରପ୍‌ ରେ ଡାଇ ଇଥାଇଲିନ୍‌ ଗ୍ଲାଇକୋଲର ମାତ୍ରା ଅସନ୍ତୁଳିତ ରହିଛି, ଯାହା ମାନବ ଶରୀର ପାଇଁ ହାନିକାରକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.