Below header

BS6 ଇଞ୍ଜନରେ ଲଞ୍ଚ ହେଲା Honda Unicorn 160, ଏବେ ମିଳିବ ଅଧିକ ମାଇଲେଜ

Honda ପକ୍ଷରୁ ଲୋକପ୍ରିୟ Unicorn 160 ଏବେ ବଜାରରେ BS6 ନୂଆ ଇଞ୍ଜିନ ସହିତ ଲଞ୍ଚ ହୋଇଛି। ଏହାର ମୂଲ୍ୟ ୯୩,୫୯୩ ଟଙ୍କା ରହିଛି। ପୂର୍ବ ବାଇକ୍‌ ମୂଲ୍ୟ ଅପେକ୍ଷା ଏହାର ମୂଲ୍ୟ ୧୩,୫୦୦ ଟଙ୍କା ଅଧିକ ରହିଛି। ସୁରକ୍ଷା ପାଇଁ ଏଥିରେABS ଫିଚର ରହିଛି। ଏହି ବାଇକ୍‌ରେ ଏବେ କେବଳ ‘Unicorn ’ ଲେଖାଥିବା ଦେଖିବାକୁ ମିଳିବ। ଖୁବଶୀଘ୍ର ଭାରତୀୟ ବଜାରରେ Unicorn 1 5 0 ବିକ୍ରି ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି। ଏହାଛଡାCB Unicorn 160 ମଧ୍ୟ ଭାରତୀୟ ବଜାରରେ ବନ୍ଦ ହୋଇଯିବ ।

honda

କିନ୍ତୁ Unicorn 160 ରେBS6 ଇଞ୍ଜିନ ସହିତ ୧୬୨.୭ ସିସି, ସିଙ୍ଗଲ ସିଲିଣ୍ଡର ଇଞ୍ଜନ, ଫୁଏଲ ଇଞ୍ଜେକସ୍ନ ଏବଂ ହୋଣ୍ଡା ଇକୋ ଟେକନୋଲଜି ରହିବ। ଏହାର ଇଞ୍ଜନ ୧୫୦ ଭର୍ସନଭଳି ୭୫୦୦ ଆରପିଏମ୍‌ ଏବଂ ୧୨.୭୩bhp ପାଓ୍ଵାର ଜେନେରଟ୍‌ କରିବ। କିନ୍ତୁ ଏହାର ଟର୍କକୁ ପୁରୁଣା ଗାଡି ତୁଳନାରେ ବଢାଇଦିଆଯାଇଛି। ଏବେ ଏହାର ଇଞ୍ଜିନ ୫୦୦୦ ଆରପିଏମ୍‌ରେ ୧୨.୮Nm ସ୍ଥାନରେ୧୪Nm ଟାର୍କ ଜେନେରେଟ୍‌ କରିବ। ପୂର୍ବ ବାଇକ୍‌ ତୁଳରେ ଏବେ ଏଥିରେ ଅଧିକ ମାଇଲେଜ ମିଳିବ। ଏହା ବାଇକ୍‌ରେ ଚଉଡା ପ୍ରଣ୍ଟ କାଉଲ ସହିତ ସ୍ମୋକଡ ସ୍କିନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.