ଆପଣ ଫୁଡ ସାଇନ୍ସରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତିକି, ତେବେ ଏହି ସବୁ ଦିଗ ପ୍ରତି ଦିଅନ୍ତୁ ନଜର

ପ୍ରତି ବ୍ୟକ୍ତିଙ୍କ ଜୀବନରେ ଖାଦ୍ୟ ଏକ ପ୍ରମୁଖ ଭୂମିକା ନିଭେଇଥାଏ । ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟ ପ୍ରଦ ଆହାର ନେବା ନିହାତି ଜରୁରୀ । କିନ୍ତୁ ଆପଣ କେବେ ଭାବିଛନ୍ତିକି ଏହି କ୍ଷେତ୍ରରେ ବି ଆପଣ ନିଜ କ୍ୟାରିୟର କରିପାରିବେ । ଅନ୍ୟ ପକ୍ଷରେ ବିଭିନ୍ନ ଖାଦ୍ୟ ପଦାର୍ଥ ନିର୍ମାଣ କରୁଥିବା କମ୍ପାନୀ ଗୁଡିକ ସରକାରଙ୍କ ମାନଦଣ୍ଡ ଅନୁଯାୟୀ ନିଜ ପ୍ରସ୍ତୁତ ଖାଦ୍ୟର ମାନ ବଢାଇବା ନେଇ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଖାଦ୍ୟ ପ୍ରସ୍ତୁତି ପାଇଁ ଖାଦ୍ୟ ସମ୍ବନ୍ଧୀୟ ଜ୍ଞାନ ରହିବା ବି ନିହାତି ଜରୁରୀ । ବର୍ତ୍ତମାନ ସମୟରେ ଯଦି ଜଣେ ଚାହେଁ ତ ଏହି କ୍ଷେତ୍ରରେ ବି ଏକ ଉତ୍ତମ କ୍ୟାରିୟର ଗଠନ କରିପାରିବ ।
ତେବେ ଆସନ୍ତୁ ଜାଣି ରଖିବା ଏଥିପାଇଁ ଆବଶ୍ୟକ ହେଉଥିବା ଯୋଗ୍ୟତା ବିଷୟରେ:

– ଏହି କ୍ଷେତ୍ରରେ ତ ଅନେକ ସୁଯୋଗ ରହିଛି । ଏଥିରେ କ୍ୟାରିୟର ଗଢିବା ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଗୃହ ବିଜ୍ଞାନ ଆଦି ବିଷୟ ଗୁଡିକ ଦ୍ୱାଦଶ ଶ୍ରେଣୀରେ ରହିଥିବା ନିହାତି ଦରକାର ।

food science

– ଏହା ପରେ ଫୁଡ ସାଇନ୍ସ, ରସାୟନ ବିଜ୍ଞାନ, ମାଇକ୍ରୋ ବାଓଲୋଜି ପରି ବିଷୟ ଗୁଡିକରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

– ବ୍ୟାଚଲର ଡିଗ୍ରୀ ପରେ କେମିଷ୍ଟ୍ରି, ମାନୁଫାକଚରିଂ ପ୍ରୋସେସ ଅଥବା ଅନ୍ୟ ବିଷୟ ଗୁଡିକରେ ଆଡ଼ଭାନ୍ସ ଡିଗ୍ରୀ ହାସଲ କରାଯାଇପାରିବ ।

– ଅଥବା ଡାୟଟେଟିକ୍ସ ଆଣ୍ଡ ନ୍ୟୁଟ୍ରିସନ ଓ ଫୁଡ ସାଇନ୍ସ ଆଣ୍ଡ ପବ୍ଲିକ ହେଲ୍ଥ ନ୍ୟୁଟ୍ରିସନରେ ଡିପ୍ଲୋମା ଡିଗ୍ରୀ କଲେ ବି ଚାଲିବ ।

– ଜଣେ ଚାହିଁବ ତ ଗ୍ରାଜୁଏସନ ପୂରା କରିବା ପରେ ଉପରୋକ୍ତ ବିଷୟ ଗୁଡିକରେ ଏମଏସସି ଡିଗ୍ରୀ ବି କରି ପାରିବ ।

ଏଥିପାଇଁ ଥିବା ଆବଶ୍ୟକୀୟ ପ୍ରବେଶିକା ପରୀକ୍ଷା:

-ଅଲ ଇଣ୍ଡିଆ ଜଏଣ୍ଟ ଏଣ୍ଟ୍ରାସ ଏକଯାମ ଦେଇ ସରକାରୀ କଲେଜରେ ଫୁଡ ଟେକ୍ନୋଲୋଜି ଓ ବାୟୋ କେମିକାଲ ସାଇନ୍ସ ପାଠ୍ୟକ୍ରମ ପଢିପାରିବେ ।

– ଜେଇଇ ଏଣ୍ଟ୍ରାସ ପାସ କରି ଆଇଆଇଟିରେ ବି ଆଡ଼ମିସନ ନେଇ ପାରିବେ ।

food

– ଏସବୁ ବାଦ କେତେକ ବେସରକାରୀ ସଂସ୍ଥା ଗୁଡିକ ମଧ୍ୟ ଏଥିପାଇଁ ନୂଆ ନୂଆ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ।

ଏଥିପାଇଁ ଆବଶ୍ୟକ ହେଉଥିବା କୌଶଳ:

– ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କର ବ୍ୟବସାୟରେ ବି ଭଲ ଧାରଣା ଥିବା ଦରକାର ।

– ଖାଦ୍ୟ ପଦାର୍ଥ କୁ ନେଇ ଏଥିରେ ବିଭିନ୍ନ ଅଧ୍ୟୟନ କରାଯାଉଥିବାରୁ କମ୍ପ୍ୟୁଟର ବିଷୟରେ କିଛିଟା ଜ୍ଞାନ ନିହାତି ଆବଶ୍ୟକ ।

– ସ୍ୱାସ୍ଥ୍ୟ, ସୁରକ୍ଷା, ସଫାସୁତରା ଉପରେ ବି ବ୍ୟକ୍ତି ସଚେତନ ଥିବା ନିହାତି ଦରକାର ।
ଏକ୍ଷେତ୍ରରେ କେତେ ଦରମା ମିଳିଥାଏ:

– କାମ ଆରମ୍ଭରୁ ଏକ୍ଷତ୍ରରେ ୨୦ ରୁ ୨୫ ହଜାର ପର୍ଯ୍ୟନ୍ତ ପ୍ରତିମାସ ମିଳିଥାଏ । ଅତି କମରେ ୫ ବର୍ଷ ଅଭିଜ୍ଞତା ହାସଲ କରିବା ପରେ ୫ ରୁ ୬.୪ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ବେତନ ମିଳିପାରିବ । ଅଭିଜ୍ଞତା ବଢ଼ିବା ସହିତ ଧୀରେ ଧୀରେ ଦରମା ମଧ୍ୟ ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.