ନୂଆଦିଲ୍ଲୀ : ବହୁମତ ସାବ୍ୟସ୍ତ କଲେ ଏକାନଥ ସିନ୍ଦେ। ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ସିନ୍ଦେ। ମ୍ୟାଜିକ ନମ୍ବର ୧୪୪ ପାର କଲେ ସିନ୍ଦେ। ମୋଟ ୧୬୪ ଭୋଟ ଜିତିଲେ । ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା। ଏହା ସହିତ ଉଦ୍ଧବ ଠାକରେଙ୍କ ଶିବସେନା ତୁଳନାରେ ସିନ୍ଦେଙ୍କର ଫାଇନାଲରେ ବାଜିମାତ୍ ହୋଇଛି। ସିନ୍ଦେଙ୍କ ସରକାରକୁ ସମର୍ଥନ କରି ମୋଟ ୧୬୪ ଭୋଟ୍ ଦିଆଯାଇଥିବାବେଳେ ୯୯ଟି ଭୋଟ୍ ବିରୋଧୀଙ୍କ ଖାତାକୁ ଯାଇଛି। ଏହାପୂର୍ବରୁ ରବିବାର ଦିନ ବିଜେପି ଏବଂ ଏକନାଥ ସିନ୍ଦେ ଦଳର ପ୍ରାର୍ଥୀ ରାହୁଲ ନର୍ଭେକର ମଧ୍ୟ ସମାନ ସଂଖ୍ୟକ ଭୋଟ୍ ପାଇ ବାଚସ୍ପତି ନିର୍ବାଚନରେ ବିଜୟୀ ହୋଇଥିଲେ।
ଫ୍ଲୋର୍ ଟେଷ୍ଟ୍ ବା ଆସ୍ଥା ଭୋଟରେ ସିନ୍ଦେ ସରକାରଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ମିଳିଛି । ଶିବସେନାରଙ୍କ ସହଯୋଗୀ ସନ୍ତୋଷ ବାଙ୍ଗର ଆଜି ଉଦ୍ଧବ ଠାକରେଙ୍କ ହାତ ଛାଡି ସିନ୍ଦେଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…