Below header

ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟରେ ବାଜି ମାରିଲେ ସିନ୍ଦେ: ସପକ୍ଷରେ ପଡିଲା ୧୬୪ ଭୋଟ୍

ନୂଆଦିଲ୍ଲୀ : ବହୁମତ ସାବ୍ୟସ୍ତ କଲେ ଏକାନଥ ସିନ୍ଦେ। ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ସିନ୍ଦେ। ମ୍ୟାଜିକ ନମ୍ବର ୧୪୪ ପାର କଲେ ସିନ୍ଦେ। ମୋଟ ୧୬୪ ଭୋଟ ଜିତିଲେ । ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା। ଏହା ସହିତ ଉଦ୍ଧବ ଠାକରେଙ୍କ ଶିବସେନା ତୁଳନାରେ ସିନ୍ଦେଙ୍କର ଫାଇନାଲରେ ବାଜିମାତ୍‌ ହୋଇଛି। ସିନ୍ଦେଙ୍କ ସରକାରକୁ ସମର୍ଥନ କରି ମୋଟ ୧୬୪ ଭୋଟ୍ ଦିଆଯାଇଥିବାବେଳେ ୯୯ଟି ଭୋଟ୍ ବିରୋଧୀଙ୍କ ଖାତାକୁ ଯାଇଛି। ଏହାପୂର୍ବରୁ ରବିବାର ଦିନ ବିଜେପି ଏବଂ ଏକନାଥ ସିନ୍ଦେ ଦଳର ପ୍ରାର୍ଥୀ ରାହୁଲ ନର୍ଭେକର ମଧ୍ୟ ସମାନ ସଂଖ୍ୟକ ଭୋଟ୍ ପାଇ ବାଚସ୍ପତି ନିର୍ବାଚନରେ ​​ବିଜୟୀ ହୋଇଥିଲେ।

ଫ୍ଲୋର୍ ଟେଷ୍ଟ୍ ବା ଆସ୍ଥା ଭୋଟରେ ସିନ୍ଦେ ସରକାରଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ମିଳିଛି । ଶିବସେନାରଙ୍କ ସହଯୋଗୀ ସନ୍ତୋଷ ବାଙ୍ଗର ଆଜି ଉଦ୍ଧବ ଠାକରେଙ୍କ ହାତ ଛାଡି ସିନ୍ଦେଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.