ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର (କେନ୍ୟୁଜ): ଆଜି ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା କଲେ ଗଣ ଶିକ୍ଷା ମନ୍ତ୍ରୀ । ଆସନ୍ତା ୬ ତାରିଖ ଅପରାହ୍ନ ୧ଟା ବେଳକୁ ବାହାରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନଷ୍ପତ୍ତି ନିଆଯାଇଛି । ୬ ତାରିଖ ଦିନ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀ କେଉଁ ସାଇଟ୍‌ରୁ ରେଜଲ୍ଟ ପାଇପାରିବେ ସେ ନେଇ ଆଜି ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍‌ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ୍‌ ପରୀକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.