ମୁଁ ତଳକୁ ଡେଇଁ ପଡ଼ିବି ! ୩୩ କେଭି ବିଦ୍ୟୁତ୍‌ ଟାଓ୍ଵାର ଉପରେ ଚଢ଼ି ଯୁବକ ଦେଲେ ଏମିତି ଧମକ

ରେଢାଖୋଲ (କେନ୍ୟୁଜ୍‌) : ବିଦ୍ୟୁତ ଟାଓ୍ୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ। ରେଢାଖୋଲ ଥାନା ଖଣ୍ଡହତା ଠାରେ ୩୩ କେଭି ବିଦ୍ୟୁତ ଟାଓ୍ୱାର ଉପରେ ଜଣେ ଯୁବକ ଚଢ଼ି ଯାଇଛନ୍ତି । ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ମଧ୍ୟ ପହଞ୍ଚି ଥିଲେ ।

ଯୁବକ ଜଣକ ପାରିବାରିକ କଳହରୁ ଆତ୍ମହତ୍ୟା ଧମକ ଦେଇ ଟାଓ୍ଵାର ଉପରେ ଚଢ଼ି ଯାଇଥିଲେ । ବିଲ ମଝିରେ ଥିବା ଏହି ଶକ୍ତିଶାଳୀ ବିଦ୍ୟୁତ ଟାଓ୍ଵାରକୁ ଚଢ଼ି ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ତଳକୁ ଆଣିବା ପାଇଁ ଉଦ୍ୟମ କରିଥିଲେ । ଏପଟେ ତଳେ ତାଙ୍କ ପତ୍ନୀ ଦୁଇ ପିଲାଙ୍କୁ ଧରି ବସି ରହିଥିଲେ ।

ଏହି ବିପଜ୍ଜନକ ୩୩ କେଭି ଟାଓ୍ଵାରରେ ଅଳ୍ପ ମାତ୍ରାରେ ସକ୍‌ ଲାଗୁଥିଲେ ମଧ୍ୟ କର୍ମଚାରୀମାନେ ନଡରି ଟାଓ୍ଵାର ଉପରେ ଚଢ଼ିଥିଲେ । ସେମାନେ ସଂପୃକ୍ତ ଯୁବକଙ୍କୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବୁଝାଶୁଝା କରିଥିଲେ । ପରେ ବହୁ କଷ୍ଟରେ ସେ ଓହ୍ଲାଇବାକୁ ରାଜି ହୋଇଥିଲେ । ତେବେ ଗୋଟିଏ ଝୁଙ୍କରେ ସିନା ଚଢ଼ି ଯାଇଥିଲେ ହେଲେ ପୁଣି ତଳକୁ ଓହ୍ଲାଇବା ପାଇଁ ତାଙ୍କୁ ଡର ମାଡୁଥିଲା । ସେ ଉଚିତ ମାନସିକ ସ୍ଥିତିରେ ମଧ୍ୟ ନଥିଲେ । ତେଣୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଦଉଡ଼ିରେ ବାନ୍ଧି ତାଙ୍କୁ ପ୍ରାୟ ୧୨୦ ଫୁଟ ଉଚ୍ଚତାର ଉଦ୍ଧାର କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.