ବାଲିଘାଟକୁ ନେଇ ଯୁବକଙ୍କୁ ଖଣ୍ଡାମାଡ଼ ! ମୁଣ୍ଡରେ ଖଣ୍ଡା ଲାଗି ରହିଥିବା ଅବସ୍ଥାରେ କ୍ଯାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର (କେନ୍ୟୁଜ): ଯୁବକଙ୍କୁ ଖଣ୍ଡା ଚୋଟ । ଯୁବକଙ୍କ ମୁଣ୍ଡରେ ଖଣ୍ଡା ଲାଗି ରହିଥିବା ଅବସ୍ଥାରେ କ୍ଯାପିଟାଲ୍ ହସ୍ପିଟାଲ୍‌ ରେ ଭର୍ତ୍ତି । ଗୁରୁତର ଯୁବକ ହେଉଛନ୍ତି ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା । ଆଜି ସକାଳୁ ସୁଧାକର ରାଜସ ମଠସାହି ଠାରେ ଥିବା ବେଳେ ୪ ଜଣ ଯୁବକ ୨ଟି ବୁଲେଟ୍ ରେ ଆସି ସୁଧାକର ଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ଚୋଟ ମାରିଥିଲେ । ଖଣ୍ଡା ଚୋଟରେ ସୁଧାକରଙ୍କ ମୁଣ୍ଡରେ ଖଣ୍ଡାଟି ରହିଯାଇଥିଲା ।

ଆକ୍ରମଣ କରି ଦୁବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛନ୍ତି | ଗୁରୁତର ସୁଧାକରଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତୁରନ୍ତ ତାଙ୍କୁ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ୍‌ ଭର୍ତ୍ତି କରାଯାଇଛି । ବାଲିଘାଟକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.