ପ୍ରତିଦିନ ସୋସିଆଲ ମିଡିଆରେ ଆମେ ଏମିତି ଅନେକ ଭିଡିଓ ଦେଖୁଛେ ଯାହା ସମାଜକୁ କିଛି ବାର୍ତ୍ତା ଦେଇଥାଏ। ବେଳେବେଳେ କିଛି ଭିଡିଓ ଆମ ହୃଦୟକୁ ଏତେମାତ୍ରାରେ ଛୁଇଁଥାଏ ଯେ ଆମେ ତାହା ଏକାଧିକ ଥର ଦେଖିବା ସହ ସାଙ୍ଗସାଥୀଙ୍କ ସହ ମଧ୍ୟ ସେୟାର କରିଥାଉ। ଖାସ୍ କରି ପଶୁପକ୍ଷୀଙ୍କ ଭିଡିଓକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। କେଉଁଠି ମାଙ୍କଡ଼ ଖାଦ୍ୟ ପରଷୁଛି ତ ଆଉ କେଁଠି ପିମ୍ପୁଡ଼ି ଏକତାର ମୂଲ୍ୟ ବୁଝାଉଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହାତୀ ଓ କଇଁଛର ଭିଡିଓ ଭାଇରାଲ ହେଉଛି ଯାହା ୟୁଜରଙ୍କୁ ଖୁବ୍ ପସନ୍ଦ ଆସିଛି।
ଏହାସହ ପଢ଼ନ୍ତୁ: ରୋଡ୍ ରୋମିଓକୁ ବିଚ୍ ରାସ୍ତାରେ ନିର୍ଧୁମ୍ ଛେଚିଲେ ଯୁବତୀ, ଭାଇରାଲ ହେଉଛି ଭିଡିଓ
ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଏକ ହାତୀ ଛୁଆ ହଲି ହଲି ଯାଉଛି। ସେତେବେଳେ ସେ ଏକ କଇଁଛକୁ ଦେଖୁଛି। କଇଁଛକୁ ଦେଖିବା ପରେ ହାତୀଟି ପଛକୁ ଫେରିଆସି କଇଁଛକୁ ଉଠାଇ ରାସ୍ତା କଡ଼ରେ ଛାଡ଼ିବାକୁ ଚେଷ୍ଟା କରୁଛି। ହାତୀଟି କଇଁଛକୁ ଶୁଣ୍ଢରେ ଛୁଇଁବା ବେଳେ କଇଁଛଟି ଆପେ ଆପେ ରାସ୍ତା କଡ଼କୁ ଆସିଯାଉଥିବା ଦେଖାଯାଇଛି।
ଭିଡିଓଟିକୁ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ଅଫିସର ପରବୀନ୍ କାସ୍ଓ୍ଵାନ୍ ନିଜ ଟ୍ଵିଟର ପେଜ୍ରେ ସେୟାର କରିଛନ୍ତି। ଏହି ଭିଡିଓକୁ ୟୁଜରମାନେ ଖୁବ୍ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି।
ଜଣେ ୟୁଜର କମେଣ୍ଟ ଦେଇଛନ୍ତି,‘‘ ଏଭଳି ଛୋଟ ଛୋଟ ଜିନିଷ ଦେଖିବାକୁ ଖୁବ୍ ଭଲ ଲାଗୁଛି। ହାତୀ ମଧ୍ୟ ହସି ଦେଇଛି।’’
ଆଉ ଜଣେ ୟୁଜର ଲେଖିଛନ୍ତି, ‘‘ମୁଁ ପଶୁଙ୍କ ଭିତରେ ମାନବିକତା ଦେଖିପାରୁଛି।’’
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…