ରାସ୍ତା ଉପରେ ଆରାମ କରୁଥିଲା କଇଁଛ, ହାତୀ କଲା ଏମିତି କାମ… ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଆମେ ଏମିତି ଅନେକ ଭିଡିଓ ଦେଖୁଛେ ଯାହା ସମାଜକୁ କିଛି ବାର୍ତ୍ତା ଦେଇଥାଏ। ବେଳେବେଳେ କିଛି ଭିଡିଓ ଆମ ହୃଦୟକୁ ଏତେମାତ୍ରାରେ ଛୁଇଁଥାଏ ଯେ ଆମେ ତାହା ଏକାଧିକ ଥର ଦେଖିବା ସହ ସାଙ୍ଗସାଥୀଙ୍କ ସହ ମଧ୍ୟ ସେୟାର କରିଥାଉ। ଖାସ୍‌ କରି ପଶୁପକ୍ଷୀଙ୍କ ଭିଡିଓକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। କେଉଁଠି ମାଙ୍କଡ଼ ଖାଦ୍ୟ ପରଷୁଛି ତ ଆଉ କେଁଠି ପିମ୍ପୁଡ଼ି ଏକତାର ମୂଲ୍ୟ ବୁଝାଉଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହାତୀ ଓ କଇଁଛର ଭିଡିଓ ଭାଇରାଲ ହେଉଛି ଯାହା ୟୁଜରଙ୍କୁ ଖୁବ୍‌ ପସନ୍ଦ ଆସିଛି।

ଏହାସହ ପଢ଼ନ୍ତୁ: ରୋଡ୍‌ ରୋମିଓକୁ ବିଚ୍‌ ରାସ୍ତାରେ ନିର୍ଧୁମ୍‌ ଛେଚିଲେ ଯୁବତୀ, ଭାଇରାଲ ହେଉଛି ଭିଡିଓ

ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଏକ ହାତୀ ଛୁଆ ହଲି ହଲି ଯାଉଛି। ସେତେବେଳେ ସେ ଏକ କଇଁଛକୁ ଦେଖୁଛି। କଇଁଛକୁ ଦେଖିବା ପରେ ହାତୀଟି ପଛକୁ ଫେରିଆସି କଇଁଛକୁ ଉଠାଇ ରାସ୍ତା କଡ଼ରେ ଛାଡ଼ିବାକୁ ଚେଷ୍ଟା କରୁଛି। ହାତୀଟି କଇଁଛକୁ ଶୁଣ୍ଢରେ ଛୁଇଁବା ବେଳେ କଇଁଛଟି ଆପେ ଆପେ ରାସ୍ତା କଡ଼କୁ ଆସିଯାଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ପରବୀନ୍‌ କାସ୍‌ଓ୍ଵାନ୍‌ ନିଜ ଟ୍ଵିଟର ପେଜ୍‌ରେ ସେୟାର କରିଛନ୍ତି। ଏହି ଭିଡିଓକୁ ୟୁଜରମାନେ ଖୁବ୍‌ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି।

ଜଣେ ୟୁଜର କମେଣ୍ଟ ଦେଇଛନ୍ତି,‘‘ ଏଭଳି ଛୋଟ ଛୋଟ ଜିନିଷ ଦେଖିବାକୁ ଖୁବ୍‌ ଭଲ ଲାଗୁଛି। ହାତୀ ମଧ୍ୟ ହସି ଦେଇଛି।’’

ଆଉ ଜଣେ ୟୁଜର ଲେଖିଛନ୍ତି, ‘‘ମୁଁ ପଶୁଙ୍କ ଭିତରେ ମାନବିକତା ଦେଖିପାରୁଛି।’’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.