କନ୍ଦାଉଛି ପିଆଜ ଆଉ ପରିବାକୁ ଛୁଇଁବାକୁ ଲାଗୁଛି ଡର, କାରଣ ଆକାଶଛୁଆଁ ଦର

ଭୁବନେଶର (କେନ୍ଯୁଜ୍) : ପୁଣି କନ୍ଦାଇଲାଣି ପିଆଜ । ବଜାରରେ ଏବେ ଦର ଆକାଶଛୁଆଁ । ଖାଇବା ଥାଳିରେ ଆଉ ଦେଖାଯିବନି ପିଆଜ, କାରଣ ଆଗକୁ ଆହୁରି ବଢିବ ପିଆଜ ଦର । ପିଆଜ ଦର କିଲୋ ଏବେ ପ୍ରାୟ ୬୦ ଟଙ୍କା ରଖିଛି । ଆଗକୁ ଦର ଆହୁରି ୬ରୁ ୧୦ ଟଙ୍କା ବଢ଼ିପାରେ । ଏଥିପାଇଁ ରିହାତି ଦରରେ ପିଆଜ ଯୋଗାଇ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି ।

ଏହାକହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବାତ୍ୟା ଖବର ଶୁଣିବା ପରେ ପରିବାର ଦର ଆକାଶ ଛୁଆଁ ହୋଇଛି । ଆଉ ୟାରି ଭିତରେ କଳାବଜାରୀ ବଢିଛି । ମାତ୍ର କଳାବଜାରୀ ଉପରେ ନଜର ରଖାଯାଇଥିବା ମନ୍ତ୍ରୀ କହିଛନ୍ତି ।ଓଡ଼ିଶାକୁ ପିଆଜ ଆମଦାନୀ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ବର୍ଷା ଯୋଗୁଁ ପିଆଜ ଦର ବୃଦ୍ଧି ପାଇଛି ।

ଏବେ ବଜାରରେ ପରିବା କିଣିବାକୁ ବି ଲୋକେ ଡରିଲେଣି। କାରଣ ଆଳୁ କିଲୋ ୨୪ ଟଙ୍କା ଏବଂ ବାଇଗଣ କିଲୋ ୬୦ ଟଙ୍କା ରହିଛି। ସେହିପରି ପୋଟଳ ୬୦ ଟଙ୍କା, ବିଲାତି ୫୦ ଟଙ୍କା,ବନ୍ଧା କୋବି ୩୫ ଟଙ୍କା ଓ ଫୁଲକୋବି ୬୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.