ଦେଶ ବିଦେଶ

ଟ୍ଵିଟରକୁ ଟକ୍କର ଦେବାକୁ ନୂଆ ସୋସିଆଲ ମିଡିଆ ଲଞ୍ଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଏଲନ୍‌ ମସ୍କ

ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ମସ୍କ ଏବେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ସେ ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଫେସ୍‌ବୁକ ଓ ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବା ପରେ ବି ଏଲନ୍‌ ମସ୍କ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ବିଷୟରେ କ’ଣ ଚିନ୍ତା କରୁଛନ୍ତି ଆସନ୍ତୁ ଜାଣିବା…

ଏଲନ୍‌ ମସ୍କ ଟ୍ଵିଟରରେ ପୁଣେର ଇଞ୍ଜିନିୟର ପ୍ରଣୟ ପାଥୋଲେଙ୍କର ଏକ ଟ୍ଵିଟ୍‌ର ଜବାବ ଦେଇ ହିଣ୍ଟ ଦେଇଛନ୍ତି ଯେ ସେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବାକୁ ଭାବୁଛନ୍ତି। ଏଥିସହ ସେ କହିଛନ୍ତି, ସୋସିଆଲ ମିଡିଆରେ ବିନା ପ୍ରଚାରରେ କଥା କହିବାକୁ ସ୍ୱାଧୀନତା ମିଳିବ। ଏଲନ୍‌ ମସ୍କଙ୍କର ଏହି ଟ୍ଵିଟ୍‌କୁ ନେଇ ଲୋକମାନେ ବି ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।

ଟ୍ଵିଟରରେ ଜଣେ ବ୍ୟକ୍ତି ଏଲନ୍‌ ମସ୍କକୁ ପ୍ରଶ୍ନ କରିଥିଲେ ଯେ ସେ କ’ଣ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବାକୁ ଚିନ୍ତା କରୁଛନ୍ତି କି? ଯାହା ଆପଣଙ୍କୁ ସ୍ୱାଧୀନ ଭାବେ କଥା କହିବାକୁ ସୁଯୋଗ ଦେବ। ମୁଁ ଭାବୁଛି ଏଭଳି ପ୍ଲାଟଫର୍ମର ଆବଶ୍ୟକତା ରହିଛି। ଏହାର ଜବାବରେ ଏଲନ୍‌ ମସ୍କ କହିଥିଲେ- ଏହି ପରମ୍ପରା ଉପରେ ବିଚାର କରୁଛି। ଏଲନ୍‌ ମସ୍କଙ୍କର ଏହି ଜବାବରୁ ଲାଗୁଛି ଯେମିତି ସେ ଖୁବ୍‌ ଶୀଘ୍ର ନିଜର ସୋସିଆଲ ମିଡିଆ ଲଞ୍ଚ୍‌ କରିବେ।

Also Read: କେଜରିଓ୍ଵାଲଙ୍କ ପରେ ଏବେ ରାମଦେବ ବି କହିଲେ- ‘ଦ କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଦେବା ଉଚିତ୍‌

WCW 11

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

24 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

28 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

31 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

36 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

48 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

54 mins ago