ଦେଶ ବିଦେଶ

ଛତିଶଗଡ଼ର ରାୟପୁର ରେଳ ଷ୍ଟେସନରେ ଟ୍ରେନ୍‌ରେ ବିସ୍ଫୋରଣ, ୪ ସିଆର୍‌ପିଏଫ୍‌ ଯବାନ ଗୁରୁତର

ଛତିଶଗଡ଼ର ରାଜଧାନୀ ରାୟପୁରର ରେଳ ଷ୍ଟେସନରେ ବିସ୍ଫୋରଣ। ପ୍ଲାଟଫର୍ମ ନମ୍ବର ୨ରେ ଏକ ଟ୍ରେନ୍‌ରେ ଏହି ବିସ୍ଫୋରଣ ହୋଇଛି। ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(CRPF)ର ୪ ଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ବ୍ଲାଷ୍ଟ ବାଥରୁମ୍‌ ପାଖରେ ହୋଇଛି। ବିସ୍ଫୋରକ ପଦାର୍ଥକୁ ଗୋଟିଏ କୋଚ୍‌ରୁ ଅନ୍ୟ କୋଚ୍‌କୁ ନେବା ବେଳେ ଏହି ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଗୁରୁତର ହୋଇଥିବା ୪ ଜଣ ଯବାନଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାଯାଇଛି।

ଶନିବାର ସକାଳ ୬.୩୦ରେ ଏହି ଘଟଣା ଘଟିଛି। ରାୟପୁର ଜିଲ୍ଲା ପୋଲିସ ଅଧିକାରୀ ଶନିବାର ଦିନ ସୂଚନା ଦେବା ଅବସରରେ କହିଛନ୍ତି, ରାୟପୁର ରେଳ ଷ୍ଟେସନ୍‌ରେ ସକାଳେ ଝାରସୁଗୁଡ଼ାରୁ ଜମ୍ମୁ ତବି ଯାଉଥିବା ସ୍ୱତନ୍ତ୍ର ରେଳଗାଡ଼ିରେ ସାମାନ ରଖିବା ବେଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ଥିବା ୪ ଜଣ ଯବାନ ଗମ୍ଭୀର ହୋଇ ପଡ଼ିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି, ସକାଳ ସାଢ଼େ ୬ଟା ବେଳେ ଝାରସୁଗୁଡ଼ାରୁ ଜମ୍ମୁ ଯାଉଥିବା ସିଆରପିଏଫ୍‌ର ଏକ ସ୍ୱତନ୍ତ୍ର ଟ୍ରେନ୍‌ ପ୍ଲାଟଫର୍ମ ୨ରେ ଠିଆ ହୋଇଥିଲା। ଏଥିରେ ସିଆରପିଏଫ୍‌ର ୩ଟି କମ୍ପାନୀଙ୍କୁ ବିସ୍ଫୋରକ ପଠାଯାଉଥିଲା। ଟ୍ରେନ୍‌ରେ ଜିନିଷପତ୍ର ରଖାଯାଉଥିବା ବେଳେ ୯ ନମ୍ବର ବଗିରେ ବିସ୍ଫୋରକ ରଖାଯାଇଥିବା ଏକ କଣ୍ଟେନରରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ସେ କହିଛନ୍ତି, ଏହି ଦୁର୍ଘଟଣାରେ ହାବିଲଦାର ଚୌହାନ ବିକାଶ ଲକ୍ଷ୍ମଣଙ୍କ ସମେତ ୪ ଜଣ ଯବାନ ଗୁରୁତର ହୋଇଛନ୍ତି।

ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। କିନ୍ତୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଗୁରୁତର ଯବାନ ଲକ୍ଷ୍ମଣଙ୍କୁ ସହରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରକର ଅଧିକ ନିକଟରେ ଥିବାରୁ ସେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣରେ ଅନ୍ୟ କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି।

WCW 11

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

1 min ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

16 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

26 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

35 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

50 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

59 mins ago