ଛତିଶଗଡ଼ର ରାୟପୁର ରେଳ ଷ୍ଟେସନରେ ଟ୍ରେନ୍ରେ ବିସ୍ଫୋରଣ, ୪ ସିଆର୍ପିଏଫ୍ ଯବାନ ଗୁରୁତର

ଛତିଶଗଡ଼ର ରାଜଧାନୀ ରାୟପୁରର ରେଳ ଷ୍ଟେସନରେ ବିସ୍ଫୋରଣ। ପ୍ଲାଟଫର୍ମ ନମ୍ବର ୨ରେ ଏକ ଟ୍ରେନ୍ରେ ଏହି ବିସ୍ଫୋରଣ ହୋଇଛି। ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(CRPF)ର ୪ ଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ବ୍ଲାଷ୍ଟ ବାଥରୁମ୍ ପାଖରେ ହୋଇଛି। ବିସ୍ଫୋରକ ପଦାର୍ଥକୁ ଗୋଟିଏ କୋଚ୍ରୁ ଅନ୍ୟ କୋଚ୍କୁ ନେବା ବେଳେ ଏହି ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଗୁରୁତର ହୋଇଥିବା ୪ ଜଣ ଯବାନଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାଯାଇଛି।
ଶନିବାର ସକାଳ ୬.୩୦ରେ ଏହି ଘଟଣା ଘଟିଛି। ରାୟପୁର ଜିଲ୍ଲା ପୋଲିସ ଅଧିକାରୀ ଶନିବାର ଦିନ ସୂଚନା ଦେବା ଅବସରରେ କହିଛନ୍ତି, ରାୟପୁର ରେଳ ଷ୍ଟେସନ୍ରେ ସକାଳେ ଝାରସୁଗୁଡ଼ାରୁ ଜମ୍ମୁ ତବି ଯାଉଥିବା ସ୍ୱତନ୍ତ୍ର ରେଳଗାଡ଼ିରେ ସାମାନ ରଖିବା ବେଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ଥିବା ୪ ଜଣ ଯବାନ ଗମ୍ଭୀର ହୋଇ ପଡ଼ିଛନ୍ତି।
छत्तीसगढ़ के रायपुर में खड़ी ट्रेन में धमाके से हडकंप, CRPF के चार जवान घायल #CRPF
👉 https://t.co/uZebgtZXH1
#HindiNews #Navabharat #Blast #RaipurRailwayStationBlast— NavaBharat (@enavabharat) October 16, 2021
ପୋଲିସ ଅଧିକାରୀ କହିଛନ୍ତି, ସକାଳ ସାଢ଼େ ୬ଟା ବେଳେ ଝାରସୁଗୁଡ଼ାରୁ ଜମ୍ମୁ ଯାଉଥିବା ସିଆରପିଏଫ୍ର ଏକ ସ୍ୱତନ୍ତ୍ର ଟ୍ରେନ୍ ପ୍ଲାଟଫର୍ମ ୨ରେ ଠିଆ ହୋଇଥିଲା। ଏଥିରେ ସିଆରପିଏଫ୍ର ୩ଟି କମ୍ପାନୀଙ୍କୁ ବିସ୍ଫୋରକ ପଠାଯାଉଥିଲା। ଟ୍ରେନ୍ରେ ଜିନିଷପତ୍ର ରଖାଯାଉଥିବା ବେଳେ ୯ ନମ୍ବର ବଗିରେ ବିସ୍ଫୋରକ ରଖାଯାଇଥିବା ଏକ କଣ୍ଟେନରରେ ହଠାତ୍ ବିସ୍ଫୋରଣ ହୋଇଥିଲା। ସେ କହିଛନ୍ତି, ଏହି ଦୁର୍ଘଟଣାରେ ହାବିଲଦାର ଚୌହାନ ବିକାଶ ଲକ୍ଷ୍ମଣଙ୍କ ସମେତ ୪ ଜଣ ଯବାନ ଗୁରୁତର ହୋଇଛନ୍ତି।
ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। କିନ୍ତୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଗୁରୁତର ଯବାନ ଲକ୍ଷ୍ମଣଙ୍କୁ ସହରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରକର ଅଧିକ ନିକଟରେ ଥିବାରୁ ସେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣରେ ଅନ୍ୟ କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି।