ଦେଶ ବିଦେଶ

ଧାରଣାସ୍ଥଳ ପାଲଟିଲା ଯୁଦ୍ଧକ୍ଷେତ୍ର, ଜନ୍ତରମନ୍ତରରେ ପୋଲିସ ଏବଂ ରେସଲର ମୁହାଁମୁହିଁ

ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଦିଲ୍ଲୀ ଜନ୍ତରମନ୍ତରରେ ଦୀର୍ଘ ୧୨ ଦିନ ହେଲା ଧାରଣାରେ ବସିଛନ୍ତି ଷ୍ଟାର ରେସଲର । ଆଉ ଗତକାଲି ରାତିରେ ଧାରଣା ସ୍ଥଳ ପାଲଟିଯାଇଥିଲା ଯୁଦ୍ଧ କ୍ଷେତ୍ର । କୁସ୍ତି ଯୋଦ୍ଧାଙ୍କ ସହ ମୁହାଁମୁହିଁ ହୋଇଥିଲା ଦିଲ୍ଲୀ ପୋଲିସ। ରାତିରେ ଶୋଇବା ପାଇଁ ବେଡକୁ ନେଇ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି । ଏହାପରେ ଜନ୍ତରମନ୍ତର ରାସ୍ତାକୁ ସିଲ୍‌ କରିଦିଆଯାଇଛି ।

ପୋଲିସ ଆକ୍ରମଣରେ ଭିନେଶ ଫୋଗଟଙ୍କ ଭାଇଙ୍କ ମୁଣ୍ଡ ଫାଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ହେଲେ ପୋଲିସ ସେମାନଙ୍କୁ ମେଡିକାଲ ପଠାଇ ନ ଥିବା ବେଳେ ଧାରଣାସ୍ଥଳରେ ଅଟକ ରଖିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଦିଲ୍ଲୀରେ ବର୍ଷା ଲାଗି ରହିଥିବାରୁ ରେସଲରମାନେ ବସୁଥିବା ସ୍ଥାନ ଓଦା ହୋଇଯାଇଥିଲା। ଫଳରେ ରାତିରେ ଶୋଇବାରେ ଅସୁବିଧା ହେବାରୁ ଆପ୍ ବିଧାୟକ ସୋମନାଥ ଭାରତୀ କିଛି ଫୋଲଡିଂ ବେଡ ନେଇ ଧାରଣାସ୍ଥଳକୁ ଯାଇଥିଲେ। ଉକ୍ତ ବେଡକୁ ଗାଡ଼ିରୁ ଅନଲୋଡ଼ କରାଯାଉଥିବା ବେଳେ ଏ ସମ୍ପର୍କରେ ପୋଲିସ ପଚାରିଥିଲା। ଏଥିସହ ଧାରଣାସ୍ଥଳକୁ ବେଡ ନେବା ପାଇଁ ଅନୁମତି ନ ଥିବା କହିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପୋଲିସ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।

ପୋଲିସ ମାଡରେ ଭିନେଶ ଫୋଗଟଙ୍କ ଭାଇ ଓ ବଜରଙ୍ଗ ପୁନିଆଙ୍କ ୨ ସମ୍ପର୍କୀୟଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି। ସେପଟେ ରେସଲରଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ । ଏହି ଘଟଣାକୁ ରେସଲରମାନେ ତୀବ୍ର ନିନ୍ଦା କରିଛନ୍ତି ।

ଏହି ଘଟଣା ପରେ ବଜରଙ୍ଗ ପୁନିଆଙ୍କ ପତ୍ନୀ ଦିଲ୍ଲୀ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ଲୋକଙ୍କୁ ବହୁ ସଂଖ୍ୟାରେ ଧାରଣାସ୍ଥଳରେ ପହଞ୍ଚିବାକୁ ଅପିଲ୍ କରିଛନ୍ତି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago