ଦେଶ ବିଦେଶ

କରୋନା ଭୟରେ ନିଜ ୬ ହଜାର କୁକୁଡାଙ୍କୁ ଜିଅନ୍ତା ପୋତିଲେ ଚାଷୀ

କରୋନା ଭାଇରସ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଏହି ଭାଇରସର ଭୟ ଏବେ କୁକୁଡାଙ୍କ ଉପରେ ବି ପଡିଛି। ଚିକେନ ଦାମ ଏତେ ମାତ୍ରାରେ ହ୍ରାସ ପାଇବା ପରେ କୁକୁଡା ବ୍ୟବସାୟୀ ଏବେ ଚିନ୍ତାରେ। କରେନା ଏବେ କୁକୁଡାଙ୍କ ଉପରେ ଦାଉ ସାଧୁଛି। ଚିକେନ କାରଣରୁ କରୋନା ଭାଇରସ ବଢ଼ୁଥିବା ଆଶଙ୍କା ଖବର ଶୁଣିବା ପରେ ଜଣେ ପୋଲଟ୍ରୀ ମାଲିକ ନିଜର ଶହ ଶହ କୁକୁଡାକୁ ଜିଅନ୍ତା ପୋତି ଦେଇଛନ୍ତି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣାଟି ହେଉଛି କର୍ଣ୍ଣାଟକର ବେଲାଗବୀ ଜିଲ୍ଲାର ଗୋକକ ଅଞ୍ଚଳର। ନଜୀର ଅହମ୍ମଦ ମକରନ୍ଦର ନାମକ ଏହି ବ୍ୟକ୍ତି ପୋଲଟ୍ରୀ ଫାର୍ମର ମାଲିକ ଏକ ଟ୍ରାକ୍ଟରରେ ୬ ହଜାର କୁକୁଡାଙ୍କୁ ଲଦି ଏକ ଗାତ ଖୋଳି ଜିଅନ୍ତା ପୋତି ଦେଇଛନ୍ତି। ନଜୀରଙ୍କ କହିବନାଯାୟୀ ବେପାରରେ ଏତେ ମାତ୍ରାରେ କ୍ଷତି ହେବା କାରଣରୁ ସେ ଏଭଳି ନିର୍ଣ୍ଣୟ ନେଇଛନ୍ତି।

video courtesy : Niranjan Kaggere

ସେ ଜଣାଇଛନ୍ତି ଯେ ସେ କୁକୁଡାକୁ ୫୦-୭୦ ଟଙ୍କା କିଲୋରେ ବିକ୍ରି କରୁଥିଲେ। କିନ୍ତୁ ୫-୧୦ ଟଙ୍କା କମ୍‌ ହେବା କାରଣରୁ ତାଙ୍କୁ କ୍ଷତିର ସାମ୍ନା କରିବାକୁ ପଡୁଛି। ଯାହାପରେ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ଚିକେନ୍ ଖାଇବା ଦ୍ୱାରା କରୋନା ଭାଇରସ୍ ହେଉଛି । ଏହି ଗୁଜବ ଯୋଗୁଁ ଲୋକମାନେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି । ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବଜାରରେ କୁକୁଡ଼ା ମାଂସ ଚାହିଦା ହ୍ରାସ ପାଇଛି ।

କୁକୁଡା ଫାର୍ମ ମାଳିକ ନିଜ କୁକୁଡାଙ୍କୁ ଜିଅନ୍ତା ପୋତୁଥିବା ସମୟରେ ଏକ ଭିଡିଓ ବନାଇଥିଲେ। ଯାହାପରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଚିକେନ ପ୍ରେମୀମାନେ ଏହି ଭିଡିଓକୁ ଦେଖିଲେ ତାଙ୍କ ମନ ନିଶ୍ଚୟ କଷ୍ଟ ହେବ। କାହିଁକିନା ଏତେ ମାତ୍ରାର କୁକୁଡାକୁ ପୋତି ଦିଆଯାଉଥିବା ଦେଖି ଆପଣ ସହ୍ୟ କରିପାରିବେନାହିଁ।

Pritiparna

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

13 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

19 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

33 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago